www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରେମିକର ବାଇକକୁ ପୋଡ଼ିଦେଲା ପ୍ରେମିକା

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଗଂପୁରଠାରେ ରାସ୍ତା ଉପରେ ଥୁଆ ହୋଇଥିବା ପ୍ରେମିକର ଏକ ବାଇକକୁ ଶନିବାର ରାତିରେ ପ୍ରେମିକା ପେଟ୍ରୋଲ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଗଂପୁର ଗ୍ରାମର ରବୀନ୍ଦ୍ର ହରିଚନ୍ଦନଙ୍କ ପୁଅ ପ୍ରଦୀପ୍ତ ହରିଚନ୍ଦନଙ୍କର ନିକଟସ୍ଥ କଣ୍ଟାମଳିମ ଗ୍ରାମର ବେଣୁଧର ମାଝୀଙ୍କ ଝିଅ ଝୁନୁ ମାଝୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୌଣସି କାରଣକୁ ନେଇ କିଛିଦିନ ପରେ ଉଭୟଙ୍କ ମଧ୍ୟରେ ମନ ନମିଶିବାରୁ ଝୁନୁ ସେ ସମୟରେ ବେଗୁନିଆ ଥାନାରେ ପ୍ରଦୀପ୍ତଙ୍କ ନାମରେ ଏତଲା ଦେଇଥିଲେ । ଯାହାକି ବର୍ତମାନସୁଦ୍ଧା କୋର୍ଟରେ ବିଚାରାଧୀନ ରହିଛି । ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ଆଡକୁ ଗତି କରିଥିଲା।

ଇତି ମଧ୍ୟରେ ପ୍ରଦୀପ୍ତ ଗତ ୬ ବର୍ଷ ତଳେ ଅନ୍ୟ ଆଡେ ବିବାହ କରି ସେ ଏକ ସନ୍ତାନର ବାପା ହୋଇଛନ୍ତି। ଝୁନୁ କିନ୍ତୁ ବାହା ହୋଇ ନପାରିବାରୁ ଏବଂ ରାଗ ଥିବାରୁ ଗତକାଲି ରାତି ୧୧ଟାରେ ପ୍ରଦୀପ୍ତ ତାଙ୍କ ବାଇକଟିକୁ ରାସ୍ତା ଉପରେ ରଖି କଥା ହେଉଥିବା ବେଳେ ଝୁନୁ ପେଟ୍ରୋଲ ଆଣି ଗାଡ଼ିରେ ଢାଳି ନିଆଁ ଲଗାଇ ଦେଇଥିଲା । ଗାଡ଼ିଟି ଜଳୁଥିବା ସମୟରେ ଝୁନୁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ଯୋଗୁଁ ନିଆଁ ଲିଭାଇବା ପାଇଁ କେହି ଗାଡି ପାଖକୁ ଆସିନଥିଲେ । ଏ ସଂକ୍ରାନ୍ତରେ ପ୍ରଦୀପ୍ତ ବାଘମାରୀ ଥାନାରେ ଏତଲା ଦେବା ପରେ ପୁଲିସ ୭୧/୨୨ନଂ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଖୋଜି ବୁଲୁଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories