www.samajalive.in
Saturday, December 6, 2025
23.1 C
Bhubaneswar

୧୨ଶହ ଲିଟର ପୋଚ ନଷ୍ଟ: ମଦ ସହିତ ସରଞ୍ଜାମ ଜବତ, ଜଣେ ଗିରଫ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗୋଡା ଲୋକନାଥ ଦେବ ମନ୍ଦିର ନିକଟରେ ଘର କରି ରହୁଥିବା ଜନୈକ ବ୍ୟକ୍ତି ରବିବାର ତାଙ୍କ ଘର ପଛ ପଟେ ଦେଶୀ ମଦ ରାନ୍ଧୁଥିବା ବେଳେ ବେଗୁନିଆ ପୁଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଗ୍ରାମର କୈଳାଶ ରଣସିଂହଙ୍କ ପୁଅ ସୁଶାନ୍ତ ରଣସିଂହ ଦୀର୍ଘଦିନ ହେବ ମଦ ରାନ୍ଧି ବିକ୍ରି କରୁଥିବାବେଳେ ଅନ୍ୟ ସ୍ଥାନକୁ ଚାଲାଣ କରୁଥିଲେ । ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏଏସଆଇ ଗଜେନ୍ଦ୍ର ଜେନା, ସରୋଜ କୁମାର ସେନାପତି ଏବଂ ଥାନା କର୍ମଚାରୀମାନେ ଆଜି ଅପରାହ୍ନରେ ସେଠାରେ ଚଢ଼ାଉ କରିଥିଲେ । ସେଠାରେ ମଦ ରନ୍ଧାଯାଉଥିବା ବେଳେ ୧୨ ଶହ ଲିଟର ପୋଚ ନଷ୍ଟ କରିବା ସହ ୩୫ ଲିଟର ମଦ ଜବତ କରିଛନ୍ତି। ଏଥି ସହିତ ବହୁ ମଦ ପ୍ରସ୍ତୁତ ସରଞ୍ଜାମ ମଧ୍ୟ ଜବତ କରି ସୁଶାନ୍ତ ରଣସିଂହକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବେଗୁନିଆ ଥାନାରେ ଏ ସଂକ୍ରାନ୍ତରେ ୧୪୨/୨୨ନଂ କେଶ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories