ପାଟଣା: ମିଶନ ଜୀବିକା ଯୋଜନାରେ ଖରିଫ ଋତୁରେ ଜନଜାତି ଚାଷୀଙ୍କୁ ପନିପରିବା ଓ ତୈଳବୀଜ ଜାତୀୟ ବିହନ ଓ ଜୈବିକ ସାର ବଣ୍ଟନ କରାଯାଇଛି। ଆଜି ପାଟଣା ବ୍ଲକ ଅନ୍ତର୍ଗତ ପୁରନ୍ଦରପୁର, ବଳିଆପଶି ଓ କଇଣ୍ଡା ଆଦି ଗ୍ରାମର ଚାଷୀଙ୍କୁ କଲରା ଓ ଚିନାବାଦାମ ବିହନ ବଣ୍ଟନ କରାଯାଇଛି। ଆଇଟିଡିଏ ତରଫରୁ ସ୍ମୃତିରଞ୍ଜନ ବେହେରା, ପ୍ରଦାନ ସଂଗଠନର ଅମିତ ମିଶ୍ର ଓ ପଦ୍ମୋଲୋଚନ ନାଏକ ପ୍ରମୁଖ ପୁରନ୍ଦରପୁର ଓ ବଳିଆାପଶି ଗ୍ରାମର ୩୩ ଜଣଙ୍କୁ କଲରା ବିହନ ଓ କଇଣ୍ଡl ଗ୍ରାମରେ ୨୫ଜଣଙ୍କୁ ଚିନାବାଦାମ ବିହନ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ପାଟଣା କୃଷି ବିଭାଗର ଅଧିଦର୍ଶକ ମାଳତୀ ପାତ୍ର ସାମିଲ ଥିଲେ। ଚାଷୀମାନଙ୍କୁ ଆଗକୁ ବାଇଗଣ, ଭେଣ୍ଡି ଓ ଅନ୍ୟାନ୍ୟ ପନିପରିବା ମଞ୍ଜି ଦିଆଯିବ ବୋଲି ସୂଚନା ମିଳିଛି।
Popular Categories



