ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚିକିଣିଆ ଗ୍ରାମ କୁଣ୍ଡସାହିରେ ସନାତନ ନାଏକଙ୍କ ପୁଅ ସୁଦାମ ନାଏକ (୩୦) ଗତକାଲି ସନ୍ଧ୍ୟାରେ ଘର ଠାରୁ କିଛି ଦୂର ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଘଟଣା ଜଣାପଡିବା ପରେ ଗଛରୁ ତାଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଆଜି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ ଘଟଗାଁ ଯାଇ ଆତ୍ମହତ୍ୟାର ତଦନ୍ତ କରିବା ସହ ପାଟଣାରେ ଶବ ବ୍ୟବଚ୍ଛେଦ କରାଇଛନ୍ତି। ଗତ ୩ବର୍ଷ ହେଲା ବିବାହ କରିଥିବା ସୁଦାମଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ସେ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଥିବା କୁହାଯାଇଛି।
Popular Categories



