ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରାଘାତରେ ଦୁଇଜଣ ଛେଳି ଚରାଳି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା (୬୫) ଓ ବିନତି ମୁଣ୍ଡା (୩୫) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଉଭୟ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ସମୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଦୁଇଜଣ ଯାକ ଜଙ୍ଗଲରେ ଏକ ପଥର ଖୋଲରେ ଆଶ୍ରୟ ନେଇଥିଲେ। ହଠାତ ପଥର ଖୋଲରେ ବଜ୍ରାଘାତ ହେବାରୁ ଉଭୟ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଆସନ୍ତାକାଲି ଉଭୟଙ୍କର ପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ସୂଚନା ଦେଇଛନ୍ତି।
Popular Categories



