ପାଟଣା: ୨୦୨୧-୨୨ ଶିକ୍ଷା ବର୍ଷ ନିମନ୍ତେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଶ୍ରେଣୀ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଟାଙ୍ଗରପଡା ନୋଡାଲ ଉ.ପ୍ରା.ବିଦ୍ୟାଳୟର ଛାତ୍ର ବିଶାଲ ନାଏକ ସଫଳତା ଅର୍ଜନ କରି ବ୍ଲକ ଅଞ୍ଚଳରେ ପ୍ରଥମ ହୋଇଛନ୍ତି। ସେ ସ୍ଥାନୀୟ ଅଙ୍କୁରା ଗ୍ରାମର ବଳରାମ ନାଏକ ଓ ନିରୁପମା ନାଏକଙ୍କ ପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ମହାନ୍ତ, ଶିକ୍ଷକ ରାମେଶ୍ବର ବାରିକ, ପ୍ରଫୁଲ୍ଲ ଜେନା, ଶିକ୍ଷୟିତ୍ରୀ ବୈଜୟନ୍ତୀ ବେହେରା, ଦିପାଲୀ ଅପରାଜିତା ପରିଡ଼ା, ଦେବସ୍ମିତା ପଲେଇ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିକାଶ ପୃଷ୍ଟି ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି।
ଏହା ଛଡ଼ା ପାଟଣା ବ୍ଲକ ଅଞ୍ଚଳରୁ ଅଷ୍ଟମ ଶ୍ରେଣୀ ଜାତୀୟ ମେଧାବୃତ୍ତି ପରୀକ୍ଷା ଦେଇଥିବା ମୋଟ ୬ ଜଣ ଛାତ୍ରଛାତ୍ରୀ ଜାତୀୟ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିବା ଟାଙ୍ଗରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ବିଶାଲ ନାଏକ, ପାଟଣା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କେନ୍ଦେଇପଶିର ସତ୍ୟଶିବ ପୂର୍ତ୍ତି ଓ ଦୀପ୍ତି ପ୍ରିୟଦର୍ଶୀନି ନାଏକ, କେନ୍ଦେଇପଶି ପଂଚାୟତ ଉଚ୍ଚ ବିଦ୍ୟାଳୟର ସୁବୋଧ କୁମାର ବେହେରା ସ୍ୱାମ ପାଟଣା ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟର ଚନ୍ଦନେଶ୍ୱରୀ ମୁଣ୍ଡା ଓ ମୋନାଲିସା ସେଠୀ ଜାତୀୟ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସଫଳତା ପାଇଥିବା ତିନିଜଣ ଛାତ୍ର ଓ ତିନି ଛାତ୍ରୀଙ୍କୁ ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାତ ଓ ଏବିଇଓ ଗୌରାଙ୍ଗ ଚରଣ ଖିଲାର ଓ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି ପ୍ରମୁଖ ଶୁଭେଚ୍ଛା ଜଣେଇବା ସହ ସେମାନଙ୍କର ଉତ୍ତରତ୍ତୋର କାମନା କରିଛନ୍ତି।



