www.samajalive.in
Saturday, December 6, 2025
17.1 C
Bhubaneswar

ରାଜଧାନୀରେ ଟ୍ରିପଲ ମର୍ଡର; ପ୍ରାତଃ ଭ୍ରମଣରେ ଯାଇଥିଲା ପୁଅ, ଫେରିବା ବେଳକୁ ପରିବାର ସଫା..

ନୂଆଦିଲ୍ଲୀ : ଭୋର ସମୟରେ ରାଜଧାନୀ ଦିଲ୍ଲୀରେ ୩ ଜଣଙ୍କ ହତ୍ୟା ଘଟଣା ହଇଚଇ ସୃଷ୍ଟି କରିଛି । ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ଦେବଲୀରେ ପତି-ପତ୍ନୀ ଓ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଘଟଣା ବୁଧବାର ସାମ୍ନାକୁ ଆସିଛି । ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନାନୁଯାୟୀ, ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ୩ ଜଣଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ନାମ ରାଜେଶ (୫୫), କୋମଲ (୪୭), ଝିଅ କବିତା (୨୩) ।
ପ୍ରାଥମିକ ତଦନ୍ତ ଅନୁଯାୟୀ, ରାଜେଶଙ୍କ ପୁଅ ଭୋର ୫ଟା ସମୟରେ ପ୍ରାତଃ ଭ୍ରମଣ ପାଇଁ ଯାଇ ଘରକୁ ଫେରିବା ପରେ ବାପା-ମାଆ, ଉଭଣୀଙ୍କ ମୃତଦେହ ଘର ଭିତରେ ପଡିଥିବା ଦେଖିଥିଲେ । ରାଜେଶ ଭାରତୀୟ ସେନାରୁ ଅବସର ଗ୍ରହଣ କରିଥିଲେ । ବୁଧବାର ତାଙ୍କ ବିବାହ ବାର୍ଷିକୀ ଥିଲା । ଖବର ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଭିଡ ଜମିବା ସହ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଦେଖନ୍ତୁ ଭିଡିଓ; ନାଗସାପ ଛୁଆକୁ ଆଉଁସୁଥିଲେ ଯୁବକ, ତା’ପରେ..

- Advertisement -

 

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories