ପଥପ୍ରାନ୍ତ ମଦୁଆଙ୍କ ଅଭିନବ ପଥପ୍ରାନ୍ତ ଡଷ୍ଟବିନ୍
ରେଙ୍ଗାଲି: ରାସ୍ତାଘାଟ ଗଛମୂଳରେ, କଲଭର୍ଟରେ, ଖେଳପଡିଆରେ, ଯାତ୍ରୀ ବିଶ୍ରାମ ଆଦି ସ୍ଥାନରେ ମଦ ପିଇବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏଥିରେ କୌଣସି ଅଙ୍କୁଶ ନାହିଁ। ନିସଂକୋଚରେ ମଦୁଆ ମାନେ ମଦ ପିଇ ଖାଲି ମଦ ବୋତଲ ଛାଡି ପଲାୟନ କରୁଛନ୍ତି। ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ ଲୁଧାପାଲି ଛକରୁ ବାସୁପାଲିକୁ ସଂଯୋଗ କରୁଥିବା ରାସ୍ତା କଡରେ ଥିବା ବରଗଛରେ ପଥପ୍ରାନ୍ତ ମଦୁଆଙ୍କ ଏକ ଅଭିନବ ଧରଣର ବୋତଲ ରଖିବା ଡଷ୍ଟବିନ୍ ଦେଖିବାକୁ ମିଳିଛି। ବରଗଛ ତଳେ ମଦ ପିଇ ସାରି ମଦୁଆ ମାନେ ବୋତଲକୁ ଫିଙ୍ଗା ଫୋପଡ଼ା କି ଭଙ୍ଗାରୁଜା ନକରି ଗଛ ଦେହରେ ଥିବା ମୁଣା ଭଳି ଆକୃତିର କ୍ରୋଡରେ ବୋତଲକୁ ରଖି ଦେଉଥିବାର ଦେଖାଯାଉଛି।
Comments are closed.