www.samajalive.in
Saturday, December 6, 2025
15.1 C
Bhubaneswar

କୁମ୍ଭମେଳା ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ବର: ବର୍ତ୍ତମାନ ପରିସ୍ଥିତିରେ ଛତିଶଗଡ଼ର ଦ୍ରୁତ ସଂକ୍ରମଣ ଓଡ଼ିଶାର ଚିନ୍ତାକୁ ବଢ଼ାଉଛି। ଯେଉଁମାନେ କୁମ୍ଭମେଳାରୁ ଫେରିବେ, ସେମାନେ ବି ସମସ୍ୟା ସୃଷ୍ଟି କରିବେ। ମହାରାଷ୍ଟ୍ର, ଗୁଜରାଟରେ ସଂକ୍ରମଣ ବଢ଼ିଲେ ସେଠୁ ବି ପ୍ରବାସୀ ଓଡ଼ିଆ ଫେରିବେ। ଏସବୁ ସାମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରାଯାଉଛି। କୁମ୍ଭମେଳା ଫେରନ୍ତାଙ୍କ ତାଲିକା ସବୁ ଜିଲା ପ୍ରଶାସନକୁ ପଠାଇ ଦିଆଯାଇଛି। ସେମାନଙ୍କ ପାଇଁ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ। ନେଗେଟିଭ୍‌ ରିପୋର୍ଟ ଥିଲେ ବି ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବେ। ସେମାନଙ୍କ କ୍ବାରେଣ୍ଟାଇନ୍‌କୁ ସୁନିଶ୍ଚିତ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।


ଉତ୍ତରାଖଣ୍ଡର କୁମ୍ଭ ମେଳାକୁ ଯାଇଥିବା ବ୍ୟକ୍ତିମାନେ ନିଶ୍ଚିତ ଭାବେ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବେ। ସେମାନେ ନିଜ ଘର ହେଉ ଅବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ ଦେଇଛନ୍ତି। କୁମ୍ଭମେଳାରେ ସାମିଲ ପାଇଁ ଉତ୍ତରାଖଣ୍ଡ ସରକାରରେ ପଞ୍ଜୀକୃତ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କ ତାଲିକାକୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ୍ତ କୁମାର ଜେନା ସବୁ ଜିଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ପ୍ରଦାନ କରିଛନ୍ତି। କୁମ୍ଭମେଳାରେ ସାମିଲ ହୋଇଥିବା ସମସ୍ତ ପଞ୍ଜୀକୃତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗସ୍ତ ବିବରଣୀ ହାସଲ ଏବଂ ସେହି ବ୍ୟକ୍ତିମାନେ ଟ୍ରେନ ଓ ବିମାନରେ ଓଡ଼ିଶା ଆସିବା ପୂର୍ବରୁ ଆରଟିପିସିଆର ପରୀକ୍ଷା ରିପୋର୍ଟ ଧରି ଯେଭଳି ଆସିବେ ତାହା ସେମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ସହ ସେମାନେ ଓଡ଼ିଶା ଫେରିବା ପରେ ସେମାନଙ୍କୁ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ ହେଉ ଅବା କ୍ଲଷ୍ଟରରେ ଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଏ, ତାଙ୍କ ସହ ତୁରନ୍ତ ଯୋଗାଯୋଗ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories