ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସଂପୂର୍ଣ୍ଣ ଭାରତକୁ ଗ୍ରାସ କରିଥିବା ଏବଂ ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାବେଳେ ସଂପ୍ରତି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷରୁ ଅଧିକ ରହୁଛି। ତାହାସହିତ ଏହି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନବଜାତକଙ୍କ ଠାରୁ ଆରମ୍ଭ କରି ୧ ବର୍ଷରୁ ୫ ବର୍ଷ ବୟସର ଶିଶୁଙ୍କୁ ମଧ୍ୟ ସଂକ୍ରମିତ କରୁଛି। ଏହା ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ବୋଲି ଶିଶୁରୋଗ ବିଶେଷଜ୍ଞମାନେ କହିଛନ୍ତି। ଏଥିସହିତ ସୋମନେ କହିଛନ୍ତି ଯେ କୋଭିଡରେ ସଂକ୍ରମିତ ହୋଇ ଶିଶୁ ଓ ଯୁବଗୋଷ୍ଠୀଙ୍କ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଦିଲ୍ଲୀର ଏକ ହସପିଟାଲରେ ଗତବର୍ଷ ତୁଳନାରେ ଚଳିତ ବର୍ଷ କୋଭିଡ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଇତିମଧ୍ୟରେ ୫ଗୁଣ ବୃଦ୍ଧିପାଇଥିବା ସେଠାକାର ଜଣେ ଚିକିତ୍ସକ ପ୍ରକାଶ କରିଛନ୍ତି। ଶିଶୁଙ୍କ ସହିତ ୧୫ରୁ ୩୦ ବର୍ଷ ବୟସର ଅଧିକ ସଂଖ୍ୟକ ଯୁବଗୋଷ୍ଠୀ ଏହି ମହାମାରୀରେ ସଂକ୍ରମିତ ହେଉଛନ୍ତି।
Popular Categories



