www.samajalive.in
Saturday, December 13, 2025
26.1 C
Bhubaneswar

ଆଡବର ସହ ପ୍ରତିଷ୍ଠାତା ତଥା ପିଡିଏଫ ଡେଭଲପରଙ୍କ ପରଲୋକ

ସାନଫ୍ରାନସିସ୍କୋ: ବିଶ୍ୱର ପ୍ରମୁଖ ସଫ୍ଟୱେର କମ୍ପାନୀ ଆଡବର ସହ ପ୍ରତିଷ୍ଠାତା ତଥା ପୋର୍ଟେବଲ ଡକୁମେଣ୍ଟ ଫର୍ମାଟ (ପିଡିଏଫ) ପ୍ରଯୁକ୍ତିର ଡେଭଲପର ଚାର୍ଲସ ଚୁକ୍‍ ଜେସ୍କେଙ୍କର ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଜେସ୍କେ ସାନଫ୍ରାନସିସ୍କୋ ବେ ଅଞ୍ଚଳରେ ବାସ କରୁଥିଲେ। ଏହା ସମୁଦାୟ ଆଡବ ସମୁଦାୟ ଏବଂ ଟେକ୍‍ନୋଲୋଜି ଶିଳ୍ପ ପାଇଁ ବିରାଟ କ୍ଷତି। ଆଡବ ପାଇଁ ସେ ଜଣେ ମାର୍ଗଦର୍ଶକ ତଥା ନେତୃତ୍ୱ ଭାବରେ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟ କରିଆସୁଥିଲେ ବୋଲି ଆଡବର ସିଇଓ ଶାନ୍ତନୁ ନାରାୟେନ ଏକ ଇମେଲ୍‍ ବାର୍ତ୍ତାରେ କମ୍ପାନୀର କର୍ମଚାରୀମାନଙ୍କୁ ସାନ୍ତ୍ୱନା ଜଣାଇଛନ୍ତି।
ଶାନ୍ତନୁ କହିଛନ୍ତି, ଆଡବର ସହପ୍ରତିଷ୍ଠାତା ଭାବରେ ଚୁକ୍‍ ଏବଂ ଜନ ୱାର୍ନକ ଏକ ଯୁଗାନ୍ତକାରୀ ସଫ୍ଟୱେର ବିକାଶ ସାଧନ କରିଥିଲେ ଯାହା ଲୋକମାନେ କିଭଳି ସୃଷ୍ଟି କରିବେ ଏବଂ ପରସ୍ପର ମଧ୍ୟରେ ଯୋଗାଯୋଗ ରଖିବେ ସେ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା।
ସେମାନଙ୍କର ପ୍ରଥମ ଉତ୍ପାଦ ଥିଲା ଆଡବ ପୋଷ୍ଟସ୍କ୍ରିପ୍ଟ। ଏହା ଏକ ସଂପୂର୍ଣ୍ଣ ନୂତନ ଟେକ୍‍ନୋଲୋଜି ଯାହା ଟେକ୍ସଟ ଏବଂ ଛବିକୁ କାଗଜରେ ଛପାଇବାରେ ଯୁଗାନ୍ତକାରୀ ନୂତନ ମାର୍ଗଦର୍ଶନ କରିଥିଲା ଏବଂ ତତ୍‍ସହିତ ଡେସ୍କଟପ ପବ୍ଲିଶିଂ ବିପ୍ଳବକୁ ନୂଆ ଦିଶା ଦେଇଥିଲା। ଚୁକ୍‍ ନିରଳସ ଭାବରେ କମ୍ପାନୀରେ ନବସୃଜନ ଅଭିଯାନର ଧାରା ଆରମ୍ଭ କରିଥିଲେ ଯେଉଁଥିରେ ପିଡିଏଫ, ଆକ୍ରୋବାଟ, ଇଲୁଷ୍ଟ୍ରେଟର, ପ୍ରିମିୟର ପ୍ରୋ ଏବଂ ଫଟୋଶପ୍‍ ଭଳି ସଫ୍ଟୱେର ଉଦ୍ଭାବନ ସମ୍ଭବ ହୋଇଥିଲା।
ଚୁକ୍‍ ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ। ସେ ଆମେରିକା ତଥା ସମଗ୍ର ବିଶ୍ୱରେ ଏକ ବୃହତ କମ୍ପାନୀର ପ୍ରତିଷ୍ଠାତା ମଧ୍ୟ ଥିଲେ। ସେ ସେଥିପାଇଁ ଗର୍ବିତ ଥିଲେ ଏବଂ ତାହା ତାଙ୍କ ଜୀବନରେ ଏକ ବଡ ସଫଳତା ଥିଲା। ତେବେ ତାହା ଅପେକ୍ଷା ତାଙ୍କ ପାଇଁ ତାଙ୍କ ପରିବାର ଅଧିକ ଗୁରୁତ୍ୱ ରଖୁଥିଲା ବୋଲି ୭୮ ବର୍ଷ ବୟସ୍କା ତାଙ୍କ ପତ୍ନୀ ନାନ୍ସି ନାନ୍‍ ଜେସ୍କେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories