www.samajalive.in
Sunday, December 7, 2025
16.1 C
Bhubaneswar

ପ୍ଲାଷ୍ଟିକ ଖାଉଥିବା ଛତୁ

୧୯୫୦ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ମଣିଷ ୮୧୬ କୋଟି କିଲୋଗ୍ରାମ ପ୍ଲାଷ୍ଟିକ ତିଆରି କରିଛି। ଏଥିରୁ କେବଳ ୯ ପ୍ରତିଶତ ହିଁ ରିସାଇକଲ ଅର୍ଥାତ୍‌ ପୁନଃ ବ୍ୟବହାରଯୋଗ୍ୟ କରାଯାଇପାରିଛି। ୧୨% ପ୍ରତିଶତ ଜଳିପୋଡ଼ି ନଷ୍ଟ ହୋଇଯାଇଛି। କିନ୍ତୁ ବଳକା ରହିଥିବା ୭୯% ପ୍ଲାଷ୍ଟିକ ଏବେ ବି ପୃଥିବୀ ପୃଷ୍ଠରେ ଗଚ୍ଛିତ ରହିଛି। ଏହା ଆମ ଜୀବଜଗତ ତଥା ପରିବେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ତେବେ ବୈଜ୍ଞାନିକମାନେ ଏଭଳି ଏକ ଛତୁ ଆବିଷ୍କାର କରିଛନ୍ତି, ଯାହା ପ୍ଲାଷ୍ଟିକକୁ ଖାଦ୍ୟଭାବେ ଗ୍ରହଣ କରିଥାଏ। ଏହି ଛତୁ ପ୍ଲାଷ୍ଟିକକୁ ଖାଇ ଜୈବିକ ପଦାର୍ଥ ସୃଷ୍ଟି କରିଥାଏ। ବୈଜ୍ଞାନିକଙ୍କ ଏହି ଆବିଷ୍କାର ଯୋଗୁ ଭବିଷ୍ୟତରେ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ମିଳିପାରେ।

ବୈଜ୍ଞାନିକମାନେ ସୃଷ୍ଟି କରିଥିବା ଏହି ଛତୁର ନାମ ହେଉଛି ‘ପେଷ୍ଟାଲୋଟିୟୋପ୍ସିସ ମାଇକ୍ରୋସ୍ପୋରା’। ଏହି ଛତୁ ପ୍ଲାଷ୍ଟିକ ତିଆରି କରୁଥିବା ପଲିୟୁରିଥେନ ଖାଇ ଜୈବିକ ପଦାର୍ଥରେ ପରିଣତ କରିଥାଏ। ତାହା ବି ପୁଣି ପ୍ରାକୃତିକ ଉପାୟରେ। ଅର୍ଥାତ୍‌ ଭବିଷ୍ୟତରେ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ପାଇବା ପାଇଁ ଏହି ଛତୁକୁ ଅଧିକରୁ ଅଧିକ ଉପଯୋଗ କରାଯାଇପାରେ।

- Advertisement -

ପରିବେଶବିତ୍‌ଙ୍କ କହିବା ଅନୁସାରେ, ଯଦି ଏହି ଛତୁକୁ ପ୍ଲାଷ୍ଟିକ ଆବର୍ଜନା ଉପରେ ଉତ୍ପାଦନ କରାଯାଏ, ତେବେ କିଛିଦିନ ଭିତରେ ସେଠାରେ ବହୁ ପରିମାଣର ଜୈବିକ ପଦାର୍ଥ ଜମା ହୋଇଯିବ, ଯାହାକୁ ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ। କାରଣ ଏହି ଛତୁ ଏକ ପ୍ରାକୃତିକ କମ୍ପୋଷ୍ଟ ଭଳି କାମ କରୁଛି। ଏହା ଆମ ପୃଥିବୀକୁ ସଫାସୁତରା ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ।

ମଶରୁମ ବା ଛତୁରେ ଏକ ବିଶେଷ ପ୍ରକାର କବକ ରହିଥାଏ, ଯାହା ମାଟି ଭିତରେ ଅଥବା ଗଛର ବକଳରେ ବଢ଼ିଥାଏ। ଏହା ସାଧାରଣତଃ ମୃତ ଚାରା ଏବଂ ଗଛକୁ କମ୍ପୋଷ୍ଟ କରିବାର କାମ କରିଥାଏ। ମଶରୁମର ସ୍ବତନ୍ତ୍ରଣା ଏହା ଯେ, ଏହା ନିର୍ମାଣ ବସ୍ତୁଠାରୁ ଆରମ୍ଭ କରି ଜୈବ ଇନ୍ଧନ ପର୍ଯ୍ୟନ୍ତ କ୍ଷେତ୍ରରେ ବ୍ୟବହାର ହୋଇଥାଏ। ସେଥିଲାଗି ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ମଶରୁମ ଉପରେ ଗବେଷଣା କରୁଛନ୍ତି।

ପୃଥିବୀରେ ୨୦ରୁ ୪୦ ଲକ୍ଷ ପର୍ଯ୍ୟନ୍ତ କବକ ପ୍ରଜାତି ଉପସ୍ଥିତ ରହିଛି। ଏଥିପାଇଁ ଭବିଷ୍ୟତରେ ଏହାର ସହଯୋଗରେ ପରିବେଶ ସଂରକ୍ଷଣକୁ ନେଇ ଅନେକ ସମ୍ଭାବନା ରହିଛି। ୟେଲ୍‌ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏପରି ଦୁର୍ଲଭ ମଶରୁମ ଖୋଜି ବାହାର କରିଛନ୍ତି, ଯାହା ପ୍ଲାଷ୍ଟିକ ଉପରେ ବଢ଼ିଥାଏ। ବର୍ତ୍ତମାନ ଏହି ମଶରୁମ ବା ଛତୁ କେବଳ ଇକ୍ଵେଡରର ଆମାଜନ ଜଙ୍ଗଲରେ ଉପଲବ୍ଧ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories