www.samajalive.in
Saturday, December 6, 2025
14.1 C
Bhubaneswar

କରୋନାକୁ ନେଇ ନୀରବତା ଭାଙ୍ଗିଲେ ମନମୋହନ; ମୋଦୀଙ୍କୁ କହିଲେ- ଅଧିକ ଟିକାକରଣ ଦ୍ବାରା ହିଁ ମିଳିବ ବିଜୟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦେଶରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ହସ୍ପିଟାଲରେ ବେଡ୍‌ ଏବଂ ଅକ୍ସିଜେନ ଅଭାବ ଦେଖାଦେଲାଣି। କରୋନା ଟିକା ବି ପର୍ଯ୍ୟାପ୍ତ ମିଳୁନାହିଁ। ଏହା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କରୋନାକୁ ନେଇ ନୀରବତା ଭାଙ୍ଗିଛନ୍ତି। ଦୀର୍ଘ ଦିନ ଧରି ଚୁପ୍‌ ରହିଥିବା ମନମୋହନ କରୋନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କୋଭିଡ ବିରୋଧରେ ଆମ ଲଢ଼େଇ ଏକ ରାଷ୍ଟ୍ରୀୟ ଆହ୍ବାନ। ଆମକୁ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଟିକାକରଣ ସଂଖ୍ୟା ବଦଳରେ କେତେ ପ୍ରତିଶତ ଜନସଂଖ୍ୟାକୁ ଟିକା ଦିଆଯାଇଛି ତାହା ଉପରେ ଧ୍ୟାନ ଦେବା ଉଚିତ ବୋଲି ମନମୋହନ ଚିଠିରେ ଉଲ୍ଲେଖ କରିଛନ୍ତି।

ମନମୋହନ ଆହୁରି ଲେଖିଛନ୍ତି, ଗତ ଏକ ବର୍ଷ ଧରି ଭାରତ ସମେତ ପୁରା ଦୁନିଆ କରୋନା ମହାମାରୀ କବଳରେ ରହିଛି। ମହାମାରୀ ଯୋଗୁ ହଜାର ହଜାର ଲୋକଙ୍କ ଚାକିରି ଚାଲିଯାଇଛି। ଲକ୍ଷାଧିକ ଲୋକ ବେରୋଜଗାର ହୋଇଯାଇଛନ୍ତି। ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକମାନେ ଚିନ୍ତାରେ ରହିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ସେମାନଙ୍କ ଜୀବନ କେବେ ସାଧାରଣ ଅବସ୍ଥାକୁ ଫେରିବ। କରୋନା ବିରୋଧୀ ଲଢ଼େଇରେ ଆମକୁ ଅନେକ ଜିନିଷ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କିନ୍ତୁ ଏହି ପ୍ରୟାସର ଏକ ବଡ଼ ଅଂଶ ହେଉଛି ଟିକାକରଣ ଅଭିଯାନ। ଏହାକୁ ତ୍ବରାନ୍ବିତ କରାଯିବା ଦରକାର ବୋଲି ମନମୋହନ ଉଲ୍ଲେଖ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories