www.samajalive.in
Saturday, December 6, 2025
16.1 C
Bhubaneswar

ରୋଗୀ ସମ୍ପର୍କୀୟ ଓ ଡାକ୍ତରଙ୍କ ହାତାହାତି, ପୁଲିସ ମୁତୟନ

କଲ୍ୟାଣସିଂହପୁର: ରାୟଗଡା କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତ ଭାଲେରି ଗ୍ରାମର ଜଣେ ପୁର୍ଣ୍ଣ ବାଗ ରୋଗୀକୁ ସଞ୍ଜୟ ବିଡ଼ିକା (୨୫) ଗୁରୁବାର ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସନ୍ଧ୍ୟାରେ ଚିକିତ୍ସା ପାଇଁ ଆସିଥିଲେ। ସନ୍ଧ୍ୟା ହେବାରୁ ଡାକ୍ତର ହୀରାଞ୍ଚଳ ପଟନାୟକ ଥିଲେ। ସନ୍ଧ୍ୟା ହୋଇଥିବାରୁ ଚିକିତ୍ସା ହୋଇ ପାଇବ ନାହିଁ ଅପେକ୍ଷା କରନ୍ତୁ ବୋଲି ଡାକ୍ତର କହିଥିଲେ। ଡାକ୍ତର ଓ ସଂଜୟଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇ ପାଟିତୁଣ୍ଡ ହୋଇଥିଲା। ପରେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଞ୍ଜୟ ମର୍ମାହତ ହୋଇ ବୃନ୍ଦାବଡି ଚାଲିଯାଇ ରେଳ ଧାରଣାରେ ଆତ୍ମହତ୍ୟା କରିଦେଇଥିଲା।

ଏହି ଖବର ଶୁଣି ପରିବାର ଓ ସମ୍ପର୍କୀୟ ମିଶି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପାଟି ତୁଣ୍ଡ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା।ବହୁଲୋକ ଆସି ମେଡିକାରେ ଭଙ୍ଗାରୁଜା କରିଥିଲେ। ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଁଚି ବୁଝାସୁଝା କରିଥିଲେ। ପରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କର ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସହୁ ଓ ପୋଲିସ ଉପସ୍ଥିତ ରହି ବୁଝସୁଝା କରି ଥିଲେ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ ବିଷମକଟକ ସୀମାନ୍ତ ବୃନ୍ଦାବାଡି ରେଳ ଧାରଣାରେ ସଞ୍ଜୟ ମୃତ ଦେହ ଠାବ ହୋଇଛି। ରେଳବାଇ ବିଭାଗ ପକ୍ଷରୁ ଲାଇନ ସଫେଇ କରୁଥିବା ବେଳେ କିଛି ଲୋକ ଦେଖି ରେଳବିଭାଗ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ମୁନିଗୁଡା ରେଳ ବିଭାଗର ଆରପିଏଫର ଏସଆଇଟି ଏସ ଭଞ୍ଜ ଏକ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories