www.samajalive.in
Saturday, December 13, 2025
23.1 C
Bhubaneswar

ଭାବିନୀପୁରରେ ଆୟୋଜିତ ଏକ ବର୍ଷ ଉପଲବ୍ଧି କାର୍ଯ୍ୟକ୍ରମ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଭାବାନୀପୁର ପଞ୍ଚାୟତରେ ଆୟୋଜିତ ଏକବର୍ଷ ଉପଲବ୍ଧି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ଗଞ୍ଜାମ ଜିଲାରେ ଚଳିତବର୍ଷ ଏକ ଲକ୍ଷ ୧୫ ହଜାର ଲକ୍ଷପତି ଦିଦି କରିବାକୁ ଯୋଜନା ରଖାଯାଇଥିବା ବେଳେ ଏଠାରେ ଥିବା ସମସ୍ତ ମାଁ ମାନଙ୍କୁ ଲକ୍ଷପତି ଦିଦି ଭାବେ ଗଢି ତୋଳିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ମତପୋଷଣ କରିଥିଲେ। ଏଠାରେ ରହୁଥିବା ସମସ୍ତ ମାଁ ଓ ଭଉଣୀ ନିଜ ଗୋଡ଼ରେ ଠିଆ ହୋଇ ନିଜ ଗୋଡ଼ରେ ଠିଆ ହେବା ସହ ନିଜେ ସ୍ବାବଲମ୍ବୀ ହେବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସ୍କା ବିଧାୟକ ସରୋଜ ପାଢୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଭାବିନୀପୁର ସରପଞ୍ଚ ଇଂ ରଞ୍ଜିତ ସାହୁ, ବିଡ଼ିଓ ବିଶ୍ବଜିତ ରାୟ ପ୍ରମୁଖ ମନ୍ଚାସିନ ଥିଲେ।ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅତିଥି ମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇଥିଲା। ଶେଷରେ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories