www.samajalive.in
Saturday, December 6, 2025
14.1 C
Bhubaneswar

ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଶାନ୍ତି ଓ ବିବାଦ ସମାଧାନ ଅଭିଯାନ

ଫୁଲବାଣୀ: ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଦୁଇ ଦିନ ଧରି ‘ଶାନ୍ତି ଓ ବିବାଦ ସମାଧାନ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଋଷିକେଶରୁ ଆସିଥିବା ସ୍ୱାମୀ ଦେବଭକ୍ତାନନ୍ଦ ସରସ୍ୱତୀ ଏବଂ ସ୍ୱାମୀ ଆନନ୍ଦ ସ୍ୱରୂପାନନ୍ଦ ସରସ୍ୱତୀ ଏହି ସମସ୍ତ ଆଲୋଚନାରେ ଯୋଗଦେଇ ଶାନ୍ତି ଜୀବନର ଲକ୍ଷ୍ୟ ନୁହଁ ବରଂ ବଞ୍ଚିବାର ମାର୍ଗ ବୋଲି ବିଭିନ୍ନ ଉପନିଷଦ କାହାଣୀ ମାଧ୍ୟମରେ ବୁଝାଇଥିଲେ। ପବ୍ଲିକ ସ୍କୁଲ୍‌ ପରିସରରେ ଦୁଇ ଦିନ ଧରି ଛାତ୍ର ଛାତ୍ରୀଙ୍କ ପାଇଁ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବେଶ୍‌ ମନଛୁଆଁ ହୋଇଥିଲା। ପୁଣି ଚିଦାନନ୍ଦ ବିଦ୍ୟାପୀଠ ଏବଂ ଏମ କେ ଏସ୍‌ ପିରେ ଆୟୋଜିତ ସ୍ୱତନ୍ତ୍ର ଆଲୋଚନାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗଦେଇ ଏହି ପ୍ରଭାବଶାଳୀ ଆଲୋଚନାର ଆନନ୍ଦ ନେଇଥିଲେ। ସଭାପତି ବିପ୍ର ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସହସ୍ରାଧିକ ଛାତ୍ରଛାତ୍ରୀ ଏବଂ ସାଧାରଣ ବ୍ୟକ୍ତି ବିଶେଷ ଭାଗନେଇ ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସଂପର୍କରେ ଆଲୋଚନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories