www.samajalive.in
Saturday, December 6, 2025
14.1 C
Bhubaneswar

ମିଆଁମାର ସେନାର ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ମିଜୋରାମରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି। ଏଠାରେ ଲେଙ୍ଗପୁଇ ବିମାନବନ୍ଦରରେ ମିଆଁମାର ସେନାର ଏକ ବିମାନ ରନୱେରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ପାଇଲଟ୍‌‌ଙ୍କ ସହ ୧୪ ଜଣ ଯାତ୍ରା କରୁଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିମାନ ମିଆଁମାର୍‌‌ ସୈନ୍ୟମାନଙ୍କୁ ନେବା ପାଇଁ ମିଆଁମାର୍‌‌ରୁ ମିଜୋରାମ ଆସିଥିଲା। ବିଦ୍ରୋହୀ ଓ ମିଆଁମାର୍‌‌ ସେନାଙ୍କ ମଧ୍ୟରେ ଲାଗି ଥିବା ସଂଘର୍ଷ ମଧ୍ୟରେ ସେଠାରୁ ପଳାଇଥିବା ସୈନିକ ଲାଙ୍ଗତୋଲାଇରେ ରହିଥିଲେ। ସୈନିକଙ୍କୁ ନେବା ପାଇଁ ଏହି ବିମାନଟି ଆସିଥିଲା ବୋଲି ସୂଚନା ମିଳିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories