–ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା, ପରୀକ୍ଷାଫଳ ପ୍ରକାଶ ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଲା ସିବିଏସ୍ଇ
–ଜୁଲାଇ ୨୦ ମଧ୍ୟରେ ଦଶମ ଓ ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ
–ସିବିଏସ୍ଇ ପରୀକ୍ଷା ଇଚ୍ଛୁକଙ୍କ ପାଇଁ ହେବ ଅନ୍ଲାଇନ ପଞ୍ଜୀକରଣ। ଯେଉଁମାନେ ପରୀକ୍ଷା ଦେବାକୁ ଚାହିଁବେ, ପଞ୍ଜୀକରଣ କରିପାରିବେ।
–ଗତ ୬ବର୍ଷର ପ୍ରଦର୍ଶନ ଭିତ୍ତିରେ ନମ୍ବର ଦିଆଯିବ-ଆଇସିଏସ୍ଇ
–ଯୁକ୍ତ ଦୁଇ ମୂଲ୍ୟାୟନରେ ମାଟ୍ରିକ ବଳିଷ୍ଠ ମାପକାଠି ସୂଚନା
–ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା, ରାଜ୍ୟରେ ୧୩ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ
–କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରେ ଦିନକରେ ୨୩ଲକ୍ଷ ଟଙ୍କାର ଜରିମାନା ଆଦାୟ-ଓଡ଼ିଶା ପୁଲିସ
–ନୀଳଗିରି: ଗହଣା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୦ଲକ୍ଷ ଲୁଟ, ନୀଳଗିରି ଥାନା ଖୁମକୁଟ ଗାଁ ନିକଟ ଜଙ୍ଗଲିଆ ରାସ୍ତାରେ ଲୁଟ
–ଆଇଏଫ୍ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ, ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ
–ଆସନ୍ତାମାସଠାରୁ ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ। ଶିଶୁଙ୍କଠାରେ ଏହି ଟିକାର ଟ୍ରାଏଲ ଆରମ୍ଭ କରାଯିବ। ସେରମ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ କ୍ଲିନିକାଲ ଟ୍ରାଏଲ କରାଯିବ
–ଦେଶରେ ଦିନକରେ ଆଉ ୬୭ ହଜାର ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ
–ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୭,୦୦,୩୧୩କୁ ବୃଦ୍ଧି
–ଚିକିତ୍ସାଧୀନ ଅବସ୍ଥାରେ ଆଉ ୨,୩୩୦ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩,୮୧,୯୦୩
–୨୪ ଘଣ୍ଟାରେ ଆଉ ୧,୦୩,୫୭୦ ଆକ୍ରାନ୍ତ ସୁସ୍ଥ,ମୋଟ ୨,୮୪,୯୧,୬୭୦, ସୁସ୍ଥତା ହାର ୯୫.୯୩%କୁ ବୃଦ୍ଧି
–୮,୨୬,୭୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
–କ୍ରମାଗତ ୩୫ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି
–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୩୪୭୧
–ଓଡ଼ିଶାରେ ୩୬୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୨୦୬୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୬୨
–ରାଜ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୪୭୧କୁ ବୃଦ୍ଧି
–ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ ବାଲୁଖଣ୍ଡ ଏବଂ ସିପସରୁବାଲି ରେ ପ୍ରସ୍ତାବିତ ଜମି ପରିଦର୍ଶନ କଲେ କେନ୍ଦ୍ରୀୟ ପ୍ରତିନିଧି
–କାମାକ୍ଷାନଗରରେ ଗୁଳିକାଣ୍ଡ ଘଟଣା ; ଜଣେ ମୃତ
–ଟଙ୍କା ପାଇଁ ରୋଗୀକୁ ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ
–ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏସିବିଏସପିର ଦକ୍ଷିଣ ପୂର୍ବ ଏସିଆ ଅଧ୍ୟକ୍ଷ ନିଯୁକ୍ତ
–ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ମିଳିଲା ଅନୁମତି
–ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ
–ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ
–ଲିବ୍ୟା ଉପକୂଳରୁ ୨୦୦୦ରୁ ଅଧିକ ବେଆଇନ ଦେଶାଟନକାରୀ ଉଦ୍ଧାର
–ମୁହଁ ଖୋଲିଲେ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ ; ପାପାରାଜିଙ୍କ ପାଇଁ ସେ ଦୀର୍ଘକାଳ ମାନସିକ ଅବସାଦ ଭୋଗିଛନ୍ତି
–ସୀମାରେ ଧରାପଡିଲେ ୫ ବାଂଲାଦେଶୀ; ଲୁଚିଛପି ଭାରତ ଆସୁଥିଲେ
–ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ
–ହକି ଓଡ଼ିଶା ପରିଚାଳନା ଲାଗି ୫ ଜଣିଆ ଆଡ୍ ହକ୍ କମିଟି, ଓଡ଼ିଶାରୁ ୪ ପ୍ରତିିନିଧି
–ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ୪ର୍ଥରେ ବିରାଟ, ୨ୟରେ ଅଶ୍ବିନ ଓ ଜାଡେଜା
–ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା-୧୬ଜଣିଆ ଦଳରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କା। ଏକମାତ୍ର ଓଡ଼ିଆ ଭାବେ ଦଳରେ ସ୍ଥାନ ପାଇଲେ ଦୀପଗ୍ରେସ