www.samajalive.in
Saturday, December 6, 2025
14.1 C
Bhubaneswar

ପିତାମାତାଙ୍କୁ ହରାଇ ଅସୁବିଧାରେ ଥିବା ୩ ଶିଶୁଙ୍କ ପାଖରେ ପହଞ୍ଚିଲା ଜିଲାପ୍ରଶାସନ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବାହାଲି ଗ୍ରାମର ସପ୍ତେଶ୍ୱର ମଲିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ଖବର ପାଇ ତାଙ୍କର ତିନି ଅସହାୟ ଶିଶୁଙ୍କ ପାଖରେ ଆଜି ପହଞ୍ଚିଛି ଜିଲାପ୍ରଶାସନ। ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରାଙ୍କ ନେତୃତ୍ୱରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ ମଙ୍ଗଳ ସମିତିର ସଦସ୍ୟା ପ୍ରଣୟନୀ ଲେଙ୍କା, ଜିଲା ଶିଶୁ ସୁରକ୍ଷା ୟୁନିଟ୍ କର୍ମଚାରୀ ରାଜେନ୍ଦ୍ର ମଲିକ ଏବଂ ସହଦେବ ନାୟକ ପହଞ୍ଚି ଶିଶୁ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଶିଶୁଙ୍କ ମାଆ ଗତ ତିନିବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ଗତ ମଙ୍ଗଳବାର ଦିନ ପିତାଙ୍କ ଦେହାନ୍ତ ହୋଇଅଛି। ତିନିଶିଶୁ ବର୍ତ୍ତମାନ ମାମୁଁ ଘର ଅଜା ଆଈଙ୍କ ତତ୍ତ୍ୱାବଧାନରେ ରହୁଛନ୍ତି। ସମସ୍ତ ଆଲୋଚନା ପରେ ଉକ୍ତ ଶିଶୁମାନଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିବା ପାଇଁ ନିଷ୍ପତ୍ତି କରାଗଲା। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ପରିବାରକୁ ଏଲ୍କେବିକେ ସରସରା ସଂସ୍ଥା ଦ୍ୱାରା ଶୁଖିଲା ଖାଦ୍ୟ ଓ ରାସନ ପ୍ରଦାନ କରାଗଲା। ଏହାବ୍ୟତୀତ ଶିଶୁ ମଙ୍ଗଳ ସମିତି ତରଫରୁ ୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories