www.samajalive.in
Tuesday, December 9, 2025
26.1 C
Bhubaneswar

ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ

କଟକ : ରବିବାର ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ପରିସରସ୍ଥ ଶତାବ୍ଦୀ ଭବନଠାରେ ଉତ୍କଳ ସାହିତ୍ୟ ସମାଜର ୧୧୭ତମ ସମାବର୍ତ୍ତନ ଓ ସାରସ୍ବତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।ଭାରତୀୟ ଦର୍ଶନ ବ୍ୟକ୍ତିର ବ୍ୟଥାକୁ ମାନବତାର ସୁଗନ୍ଧରେ ଭରିଦେଇପାରେ। ସ୍ୱଭାବରେ ମଧୁରତା, ସୌନ୍ଦର୍ଯ୍ୟରେ ମଧୁରତା ହେଉଛି ଭାରତର ତତ୍ତ୍ବ ଦର୍ଶନ ଯାହା ପୁତନାର ପ୍ରାଣ ବି ନେଇପାରେ, ଯଶୋଦାଙ୍କ ପ୍ରେମମୟ ଗୀତିରେ ବି ଉଦ୍‍ବୁଦ୍ଧ କରିପାରେ। ବିଭେଦତା ମଧ୍ୟରେ ଏକତାର ବାର୍ତ୍ତା ଦିଏ। ଆମେ ଆନନ୍ଦରେ ଆସିଛୁ, ଆନନ୍ଦରେ ରହିବାକୁ ଚାହୁଁ, ଆଉ ଆନନ୍ଦରେ ଫେରିଯିବାକୁ ମଧ୍ୟ ଚାହୁଁ। ସର୍ବୋପରି ସତ୍‍-ଚିତ୍‍-ଆନନ୍ଦର କଥା କହେ ଭାରତୀୟ ଦର୍ଶନ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ କହିଛନ୍ତି। ରାଜ୍ୟପାଳ ଏହି ଅବସରରେ ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ ପ୍ରଦାନ କରିଥିଲେ।
ଉତ୍କଳ ସାହିତ୍ୟ ସମାଜ’ ଆନୁକୂଲ୍ୟରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ ସମାଜ ଇତିହାସ’, ‘ବିବିଧ ଅଭିଭାଷଣ’ ଓ ‘ଓଡ଼ିଶା ଓ ଓଡ଼ିଆ ସାହିତ୍ୟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ଉପ-ସଭାପତି ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ସମ୍ଭାଷଣ, ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉପ-ସଭାପତି ମନୋଜ ପଟ୍ଟନାୟକ ଓ ସୁଶାନ୍ତ କୁମାର ନାୟକ ମାନପତ୍ର ପାଠ କରିଥିଲେ। ସଙ୍ଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଉତ୍ସବ ପରିଚାଳନା କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଲବ୍ଧପ୍ରତିଷ୍ଠ ସାରସ୍ୱତ ସାଧକ ଓ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories