www.samajalive.in
Saturday, December 6, 2025
15.1 C
Bhubaneswar

ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ପ୍ରଶିକ୍ଷଣ ଶିବିର, ଜଳାଶୟଗୁଡିକର ପୁନରୁଦ୍ଧାରରେ ହୋଇପାରିବ ସହାୟକ

ଭୁବନେଶ୍ୱର: ରାଜ୍ୟରେ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପର ସଫଳ ରୂପାୟନ ଉଦେଶ୍ୟରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ କ୍ଷୁଦ୍ର ଜଳସେଚନର ଅଧିକାରୀମାନଙ୍କ ନିମନ୍ତେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ପ୍ରତାପନଗରୀସ୍ଥିତ ୱାଲମୀ, ଓଡିଶା ଠାରେ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦେଶକ, ସ୍ବତନ୍ତ୍ର ପ୍ରକଳ୍ପ, ଜ୍ୟୋତି ପ୍ରକାଶ ଦାସ ଉଦ୍‌ଘାଟନ କରିଥିଲେ। ପ୍ରକଳ୍ପର ସଫଳ ଋପାୟନ ପାଇଁ ବ୍ଳକ ସ୍ତରରେ ଥିବା ଅଧିକାରୀମାନଙ୍କୁ ଦିଶା ନିର୍ଦେଶ ଦିଆଯିବ ବୋଲି କହିଥିଲେ।

‘ୱାଲମୀ’ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ ସୁଧନ୍ୱା ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇଥିେବା ବେଳେ ପ୍ରଫେସର ଅରୁଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ‘ସବୁଜ ଜଳବାୟୁ ପାଣ୍ଠି’ର ନୋଡାଲ ଅଫିସର ରଘୁନାଥ ମିଶ୍ର ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ।

- Advertisement -

ପ୍ରକାଶ ଥାଉକି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର ଜଳସେଚନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀମାନେ ସେମାନେ କାର୍ଯ୍ୟରତ ସଂପୃକ୍ତ ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ସହିତ ‘ରିଚାର୍ଜ ୱେଲ’ ନିର୍ମାଣ ପାଇଁ ବ୍ଳକ ସ୍ତରରେ ସଚେତନତା ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories