www.samajalive.in
Sunday, December 7, 2025
23.1 C
Bhubaneswar

‘ପଠାନ୍‌’ର ରେକର୍ଡ଼ ଭାଙ୍ଗିଲା ‘ଆନିମଲ୍‌’

ମୁମ୍ବଇ: ରଣବୀର କପୁର, ରଶ୍ମିକା ମନ୍ଦାନା ଓ ବବି ଦେଓଲ ଅଭିନୀତ ଚଳଚ୍ଚିତ୍ର ‘ଆନିମଲ୍‌’ ଶୁକ୍ରବାର ମୁକ୍ତିଲାଭ କରିଛି। ସକାଳ ୭ଟାର ପ୍ରଥମ ଶୋ’ ପୂର୍ବରୁ ଏହା ଚଳିତ ବର୍ଷର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ‘ପଠାନ୍’ର ରେକର୍ଡ ଭାଙ୍ଗିଛି। ଅଗ୍ରୀମ ବୁକିଂରେ ‘ଆନିମଲ୍‌’ ଶାହରୁଖଙ୍କ ଫିଲ୍ମ ‘ପଠାନ୍’ର ରେକର୍ଡ଼ ଭାଙ୍ଗିଛି। ଚଳଚ୍ଚିତ୍ରର ଅଗ୍ରୀମ ବୁକିଂ ବର୍ତ୍ତମାନ ପ୍ରାୟ ୧୭ ହଜାର ଶୋ’ ପାଇଁ ଚାଲିଛି ଏବଂ ଏହାର ଅର୍ଥ ପ୍ରଥମ ଦିନରେ ଜବରଦସ୍ତ ଆୟ କରିବା ସହିତ ଫିଲ୍ମ ଶନିବାର ଏବଂ ରବିବାର ମଧ୍ୟ ଉଲ୍ଲେଖନୀୟ ବ୍ୟବସାୟ କରିବାକୁ ଯାଉଛି। ମୁକ୍ତିଲାଭର ପୂର୍ବ ସନ୍ଧ୍ୟାରେ ‘ଆନିମଲ୍‌’ ଅଗ୍ରୀମ ବୁକିଂରେ ପ୍ରଥମେ ସଲମାନ ଖାନ୍‌ଙ୍କ ‘ଟାଇଗର ୩’ର ରେକର୍ଡ଼ ଭାଙ୍ଗିଥିଲା ଏବଂ ପରେ ଚଳିତ ବର୍ଷର ଆଉ ଏକ ବଡ଼ ଅଗ୍ରୀମ ବୁକିଂ ନେଇଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ମଧ୍ୟ ଟପିଯାଇଛି। ମୁକ୍ତିଲାଭ ପୂର୍ବରୁ ହିଁ ‘ଆନିମଲ୍‌’ର ପ୍ରାୟ ସାଢେ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟିକେଟ ବିକ୍ରି ହୋଇସାରିଛି।

ସୂଚନା ଅନୁସାୟୀ, ଫିଲ୍ମ ‘ଆନିମଲ୍‌’ ଗୁରୁବାର ସନ୍ଧ୍ୟା ସୁଦ୍ଧା ଅଗ୍ରୀମ ବୁକିଂରେ ପ୍ରାୟ ୨୭ କୋଟି ଟଙ୍କା ଆୟ କରିଛି। ଗୁରୁବାର ସାରା ରାତି ଫିଲ୍ମର ଆଡଭାନ୍ସ ବୁକିଂ ଜାରି ରହିଥିଲା। ଫିଲ୍ମର ଟିକେଟ୍‌ ଏତେ ଶୀଘ୍ର ବିକ୍ରି ହୋଇଥିଲା ଯେ, ଅଗ୍ରୀମ ବୁକିଂ ଆୟରେ ଗୁରୁବାର ସକାଳେ ‘ଆନିମଲ୍‌’ ପ୍ରଥମେ ‘ଜେଲର’ର ରେକର୍ଡ଼ ଭାଙ୍ଗିଥିଲା ଓ ସନ୍ଧ୍ୟାରେ ‘ଟାଇଗର ୩’ ର ରେକର୍ଡ଼ ଭାଙ୍ଗିଥିଲା। ଶୁକ୍ରବାର ସକାରେ ପ୍ରଥମ ଶୋ ଆରମ୍ଭ ହେବା ପୂର୍ବରୁ ଅଗ୍ରୀମ ବୁକିଂରେ ‘ଆନିମଲ୍‌’ ୩୩.୯୭ କୋଟି ଟଙ୍କାରୁ ଅଧିକ ଆୟ କରିସାରିଥିଲା।

- Advertisement -

ଚଳିତ ବର୍ଷ ଜାନୁୟାରୀ ୨୫ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ୩୨.୪୩ କୋଟି ଟଙ୍କାର ଅଗ୍ରୀମ ବୁକିଂ କରିଥିଲା। ଚଳିତ ବର୍ଷ ଅଗ୍ରୀମ ବୁକିଂରେ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହେଉଛି ‘ଲିଓ’, ଯାହାର ଆଡଭାନ୍ସ ବୁକିଂ ୪୬.୧୦ କୋଟି ଟଙ୍କା ଥିଲା। ଦ୍ୱିତୀୟ ସ୍ଥାନରେ ଫିଲ୍ମ ‘ଯୱାନ୍’ ରହିଛି, ଯାହା ପ୍ରଥମ ଦିନର ପ୍ରଥମ ଶୋ ଆରମ୍ଭ ହେବା ପୂର୍ବରୁ ୪୧ କୋଟି ଟଙ୍କା ଆୟ କରିଥିଲା।

 

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories