www.samajalive.in
Sunday, December 14, 2025
18.1 C
Bhubaneswar

ସେହ୍ବାଗଙ୍କୁ ଟପିଲେ କୋହଲି

ଡୋମିନିକା: ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି। ମାତ୍ର ୩ ଦିନରେ ଭାରତ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ଇନିଂସ ୧୪୧ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ପଦାର୍ପଣ କରିଥିବ​‌ା ଯୁବ ଓପନର ଯଶସ୍ବୀ ଜୟସୱାଲ ଓ ଅଧିନାୟକ ରୋହିତ ଶର୍ମା ଶତକ ଅର୍ଜନ କରିଥିଲେ। ବିରାଟ କୋହଲି ୭୬ରନ କରିଥିଲେ। ଏଥି ସହିତ ବିରାଟଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇଯାଇଛି। ଟେଷ୍ଟରେ ଭାରତୀୟଙ୍କ ମଧ୍ୟରୁ ଅଧିକ ରନ କରିବାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କୋହଲି ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହ୍ବାଗ ୧୦୩ଟି ଟେଷ୍ଟରୁ ୧୭୮ଟି ଇନିଂସ ଖେଳି ୮୫୦୩ରନ କରିଥିବାବେଳେ କୋହଲି ୧୧୦ଟି ଟେଷ୍ଟରୁ ୮୫୫୫ରନ କରିଛନ୍ତି। ଟେଷ୍ଟରେ ସର୍ବାଧିକ ରନ କରିବାର ତାଲିକାରେ ଶୀର୍ଷ​‌େ​‌ର ରହିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ସେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳି ୩୨୯ଟି ଇନିଂସରୁ ୧୫,୯୨୧ରନ କରିଛନ୍ତି। ଦ୍ବିତୀୟ ସ୍ଥାନରେ ରାହୁଲ ଦ୍ରାବିଡ ୧୬୩ଟି ମ୍ୟାଚରୁ ୨୮୪ଟି ଇନିଂସ ଖେଳି ୧୩,୨୬୫ରନ, ସୁନୀଲ ଗାଭାସ୍କର ୧୨୫ଟି ଟେଷ୍ଟରୁ ୧୦,୧୨୨ରନ ସହ ୩ୟ, ଭିଭିଏସ୍‌ ଲକ୍ଷ୍ମଣ ୧୩୪ଟି ଟେଷ୍ଟ ମ୍ୟାଚ ଖେଳି ୨୨୫ଟି ଇନିଂସରୁ ୮୭୮୧ରନ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories