www.samajalive.in
Sunday, December 14, 2025
18.1 C
Bhubaneswar

ନିଖୋଜ ନାବାଳକର ମୃତ ଦେହ ମାଟି ତଳୁ ଉଦ୍ଧାର

କଂଟାବାଞ୍ଜି: ଜଣେ ନାବାଳକର ଶବ ମାଟି ତଳୁ ଉଦ୍ଧାର କରାଯାଇଛି। ନାବାଳକ ଜଣକ କଂଟାବାଞ୍ଜି ସହରର ଲଲିତ ଜୈନ (୧୩)। ଲଲିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ। ହେଲେ ପରିବାର ବର୍ଗ ଦିନସାରା ବହୁତ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ। ଶେଷରେ ପରିବାର ବର୍ଗ ପକ୍ଷରୁ ଲଲିତଙ୍କ ବାପା ପ୍ରମୋଦ ଜୈନ ସେହି ଦିନ ରାତିରେ କଂଟାବାଞ୍ଜି ଥାନାରେ ଘରୁ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ। କଂଟାବାଞ୍ଜିରୁ ମୁରିବାହାଲ ଯାଇଥିବା ରେଳ ଲାଇନ୍‌ରେ ଏକ ମୃତ ଦେହ ପଡିଥିବା କଂଟାବାଞ୍ଜି ଜିଆରପି ପୁିଲସ ଖବର ପାଇ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ଥାନୀୟ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଇଥିବା ଜି ଆର. ପି ପୁଲିସ ସୂତ୍ରରୁ ସୂଚନାରୁ ଜଣାପଡିଛି। ଶବଟି ବିକୃତ ହୋଇଯାଇଥିବା ଏବଂ ଚିହ୍ନା ପଡୁନଥିଲା। ପୁଣି ଶବକୁ ନେବା ପାଇଁ କେହି ଦାବିଦାର ଡାକ୍ତରଖାନା ପଂହଚି ନଥିଲେ। ଶବ ରଖିବା ପାଇଁ ଡାକ୍ତରଖାନାରେ ଫ୍ରିଜର ନାହିଁ, ତେଣୁ ଅଚିହ୍ନା ଶବ ଭାବି ଜିଆରପି ପୁଲିସ ଡାକ୍ତରଖାନା ଆମ୍ବୁଲାନ୍ସ ସାହାର୍ଯ୍ୟରେ ନେଇ କଂଟାବାଞ୍ଜିର ଏକ ମଶାଣୀପଦାରେ ପୋତି ଦେଇଥିଲେ। ପରେ ନିଖୋଜ ହୋଇଥିବା ମାଲଲାର ତଦନ୍ତ କରୁଥିବା ଟାଉନ ପୋଲିସ ସନ୍ଧେହ ହେବାରୁ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ବର୍ଗ ଥାନାରେ ପହଂଚିବା ଓ ଜିଆରପି ଥାନା ଅଧିକାରୀ ମଧ୍ୟ ଟାଉନ ଥାନାରେ ପହଂଚି ଥିଲେ । ପରେ ଜିଆରପି ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ପରିବାର ବର୍ଗ ନାବାଳକ ଲଲିତ ତାଙ୍କର ବୋଲି କହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories