ବାଲେଶ୍ୱର : ବାଲେଶ୍ୱର ଜିଲା ଝାଡ଼େଶ୍ୱରପୁର ବସ୍ତିରୁ ବୁଧବାର ୧୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଗୁଇନ୍ଦା ଅବକାରୀ ବିଭାଗ ଝାଡ଼େଶ୍ୱରପୁର ବସ୍ତିରେ ଚଢାଉ କରିଥିଲା। ଫଳରେ ସେଠାରୁ ବ୍ରାଉନସୁଗାର ଜବତ କରିବା ସହ ଜଳେଶ୍ୱର ଷ୍ଟେସନରୁ ଅବକାରୀ ବିଭାଗ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
Popular Categories



