www.samajalive.in
Sunday, December 14, 2025
16.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଋଷିକୂଲ୍ୟା ଓ ନାଗାବଳୀ ଛାତ୍ରାବାସର ବାର୍ଷିକ ଉତ୍ସବ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ପିଜି ଛାତ୍ରାବାସ ଋଷିକୂଲ୍ୟା ଓ ନାଗାବଳୀରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ଋଷିକୂଲ୍ୟା ହଷ୍ଟେଲରେ ପିଜି ଶେଷ ବର୍ଷର ଅନ୍ତେବାସୀଙ୍କ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ହଷ୍ଟେଲର ସମ୍ପାଦକ ଲକ୍ଷ୍ମୀ କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହଷ୍ଟେଲର ଅଧିକ୍ଷକ ତଥା ଇତିହାସ ବିଭାଗର ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ, ସମ୍ମାନୀତ ଅତିଥି ଭାବେ ସହକାରୀ ଅଧୁକ୍ଷକ ତଥା ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ସୌରଭ ପ୍ରକାଶ ସେଟ୍, ଅନ୍ୟତମ ଅତିଥି ସଞ୍ଜୟ ମେହେର ଯୋଗ ଦେଇ ବିଦାୟୀ ଅନ୍ତେବାସୀଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେବା ସହ ଆତ୍ମନିର୍ଭରଶୀଳ ହେବା ପାଇବା ପାଇଁ ଧ୍ୟାନ ଦେବାକୁ କହିଥିଲେ। ଗୌତମ କନ୍ଧପlଣି ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଲକ୍ଷ୍ମୀ କାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଅନ୍ତେବାସୀ ଙ୍କ ଦ୍ଵାରା ଲିଖିତ ଗଳ୍ପ,କବିତା, ଅନୁଭୂତି ଆଦିର ପୁସ୍ତିକା ଋଷିପ୍ରଭା ଉନ୍ମୋଚନ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସେହିପରି ନାଗାବଳୀ ହଷ୍ଟେଲରେ ସମ୍ପାଦକ ସୁଭ୍ରଜିତ୍ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଗଣ ଯୋଗାଯୋଗ ବିଭାଗ ଅଧ୍ୟାପକ ତଥା ହଷ୍ଟେଲ ଅଧିକ୍ଷକ ଡ଼ଃ ଜୟନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହକାରୀ ଅଧିକ୍ଷକ ମୃତ୍ୟୁଞ୍ଜୟ ସେଠ୍,ବିଶ୍ଵ ବିହାରୀ ବିଷୋୟୀ, ପୁରାତନ ଅନ୍ତେବାସୀ ପ୍ରଦ୍ୟୁ୍ତ୍ କୁମାର ବେହେରା ଯୋଗ ଦେଇ ଭଲ ମଣିଷ ହେବା ସହ ସମlୟୁନବର୍ତ୍ତିତା, ଶୃଙ୍ଖଳିତ ହେବା ସହ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories