ଆଠଗଡ଼: ଆଠଗଡ ଥାନା ଅନ୍ତର୍ଗତ ମୁଣ୍ଡଳୀସ୍ଥିତ ମହାନଦୀ ପୋଲ ଉପରେ ଗତ ସନ୍ଧ୍ୟା ୭ଟାରେ ଜଣେ ଯୁବତୀ ସ୍କୁଟି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଯୁବତୀ ଜଣକ ଏକ ସ୍କୁଟିରେ ଆସି ପୋଲର ଆଠଗଡ ପଟକୁ ଶେଷ ମୁଣ୍ଡରେ ଥିବା ଏକ ମନ୍ଦିରଠାରେ ଗାଡିଟିକୁ ରଖିଦେଇ ଚାଲି ଚାଲି ଯାଇ ହଠାତ୍ ମହାନଦୀ ପୋଲର ବାଡାରେ ଚଢି ଆତ୍ମହତ୍ୟା ପାଇଁ ଡେଇଁ ପଡ଼ିଲେ ମହାନଦୀକୁ ବୋଲି ପ୍ରତକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଯୁବତୀଙ୍କ ଘର ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଏବଂ ସେ ଆଶିଷ ପରିଜାଙ୍କ ଝିଅ ଐଶ୍ୱର୍ଯ୍ୟା ପରିଜା ବୋଲି ପ୍ରାଥମିକ ଭାବରେ ଜଣାପଡ଼ିଛି। ଖବର ପାଇ ଆଠଗଡ଼ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସନ୍ଧାନ ଜାରି ରଖିଥିବା ଜଣାପଡିଛି।
Popular Categories



