ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ତମ ମନ କି ବାତ’ର ପ୍ରସାରଣ କାର୍ଯକ୍ରମ ଢେଙ୍କିକୋଟ ଆଜି ଅନୁଷ୍ଠିତ ହୋଇଥିଲା। ରେଡିଓ ଉପକାର ତରଫରୁ ଢେଙ୍କିକୋଟ ନିୟନ୍ତ୍ରିତ ବଜାର କମିଟି ହାଟ ପଡିଆରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ କି ବାତର ୧ ଶହ ତମ ଅଧ୍ୟାୟ ଶୁଣିବା ପାଇଁ ବୁଦ୍ଧିଜୀବି ଓ ବୟସ୍କ ଲୋକ ମାନେ ଉପସ୍ଥିତ ଥିଲେ। ସରପଞ୍ଚ ଖଇର ନାଏକ, କୁଳମଣୀ ମଣ୍ଡଳ, ତୃପ୍ତିରଞ୍ଜନ ସାହୁ, ଅନାଦି ସିଂହ, ପୂର୍ବତନ ସରପଂଚ ଅଲେଖ ସିଂହ, ରାଜକିଶୋର ନାଏକ, ରେଡ଼ିଓ ସମ୍ବାଦ ଦାତା ରଞ୍ଜନ କୁମାର ମହାନ୍ତ, କାର୍ଯ୍ୟକ୍ରମ ଅଧିକାରୀ ତପନ କୁମାର ବେହେରା, ପବିତ୍ର ମୋହନ ସିଂ, କାର୍ଯ୍ୟକ୍ରମ ଅଧିକାରି ତପନ କୁମାର ବେହେରା, ରେଡିଓ ସମ୍ବାଦଦାତା ରଞ୍ଜନ କୁମାର ମହାନ୍ତ, ଶିକ୍ଷକ କୁହ୍ଲିଆ ନାଏକ, ରତ୍ନାକର ଘଣା, ଡମ୍ବୁରୁଧର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସେହିପରି ଢେଙ୍କିକୋଟ ପଞ୍ଚାୟତ ଶକ୍ତି କେନ୍ଦ୍ର ୫୭ ନମ୍ବର ବୁଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ତମ ମନ କି ବାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭିଡ଼ିଓ ପ୍ରସାରଣ ଦ୍ୱାରା ଆୟୋଜିତ ମନ କି ବାତ କାର୍ଯ୍ୟକ୍ରମକୁ ଶତାଧିକ ମହିଳା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ବିସ୍ତାରକ ଲାଲା ଜୀ ଦୋରା, ଘଷିପୁରା ବିଧାନସଭା ସଂଯୋଜକ ଅଖିଳ ପାତ୍ର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂହ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂହ, ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଜୟଦେବ ଗିରି, ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ସୁମନ୍ତ ସାହୁ, ନିତ୍ୟାନନ୍ଦ ନାୟକ , ସତ୍ୟବ୍ରତ ନାୟକ ପ୍ରମୁଖ ସାମିଲ ଥିଲେ। ସେହିପରି ପାଟଣା ଅଞ୍ଚଳର ତୁରୁମୁଙ୍ଗା, ଚେମଣା, ବାରଖଣ୍ଡିଆ, ପାର୍ବତୀପୁର, ଗୋରାଣ୍ଡିଯୋଡ଼ି, ଖିରେଇଟାଙ୍ଗିରୀ ଓ ପାଟଣା ଆଦି ବିଭିନ୍ନ ସ୍ଥାନରେ ମନ କି ବାତ କାର୍ଯ୍ୟକ୍ରମକୁ ବିଭିନ୍ନ ବୁଥ ଅଞ୍ଚଳରେ ପ୍ରସାରଣ କରାଯାଇଥିଲା।



