ଆଠଗଡ: ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ ର ୧୦୦ତମ ସଂସ୍କରଣର ପ୍ରଚାର ଓ ପ୍ରସାର ପାଇଁ ବିଜେପି ନେତା ଅଭୟ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରବୀବାର ଚାନ୍ଦବାଲି ଛକଠାରେ ଯୋରଦାର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରେ ବିଗତ ୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ମାସର ଶେଷ ରବିବାରରେ ଦେଶବାସୀଙ୍କୁ ଆକାଶବାଣୀ ମାଧ୍ୟମରେ ତାଙ୍କ ମନର କଥାକୁ ଅତି ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରିଆସିଛନ୍ତି । ଦେଶର ବିଭିନ୍ନ କ୍ଉଷେତ୍ନ୍ନରରେ ପ୍ରଗତି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସ୍ତରରେ କାର୍ଯ୍ୟ କରୁଥିବା ଲୁକାୟିତ ପ୍ରତିଭାଙ୍କ ବିଷୟରେ ନିଜର ମନକଥା ରଖି ପ୍ରଧାନମନ୍ତ୍ରୀ ଦେଶର କୋଣ ଅନୁକୋଣରେ ଆଜି ପହଞ୍ଚି ପାରିଛନ୍ତି ବୋଲି ଆଠଗଡ ସହରର ଚାନ୍ଦବାଲି ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ଅଭୟ କୁମାର ବାରିକ ପ୍ରକାଶ କରିଥିଲେ । ମନ୍ କିି ବାତର ଏହି ୧୦୦ତମ ସଂସ୍କରଣ କାର୍ଯ୍ୟକ୍ରମ ଜାତିସଂଘ ଦ୍ୱାରା ପ୍ରଚାର କରାଯିବା ଆମ ଦେଶପାଇଁ ଗୌରବର କଥା ବୋଲି ଶ୍ରୀ ବାରିକ କହିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ ଶତାଧିକ ଶ୍ରୋତାଙ୍କ ସମେତ ରାସ୍ତାରେ ଯାଉଥିବା ବାଟୋଇଙ୍କୁ ଶ୍ରୀ ବାରିକ ଟୋପି, ମାକ୍ସ, ଗୋଟିଏ ଲେଖାଏଁ ଗଛ ଚାରା ଦେବା ସହ ଲଡୁ ଖୁଆଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆଠଗଡ଼ର ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ମହାନ୍ତି, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ କୁମାର ସେଠି, ସରୋଜ ଦାସ, ଲୁଲୁ ଦାସ, ପ୍ରଦ୍ୟୁମ୍ନ ସାହୁ, ସଚ୍ଚିଦାନନ୍ଦ ଦାସ, ମାନୁଏଲ୍ ପାତ୍ର, ରମାକାନ୍ତ ରାଉତ, ହିମାଂଶୁ ଶେଖର ସାହୁ, ଇଲା ପଣ୍ଡା, ନୂତନ ରାଉତ, ପୀତବାସ ନାଏକ, ପ୍ରତିମା ରାଉତ, ସୁନୀତା ପଣ୍ଡା, ଦୋଳଗୋବିନ୍ଦ ପ୍ରଧାନ, ସୋମନାଥ ବେହେରା, ନିର୍ମଳ ପତ୍ରୀ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ଯକର୍ତ୍ତା ଯୋଗ ଦେଇଥିଲେ।
Popular Categories



