ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ନୁଆଁ ରମ୍ପେଲା (ରମ୍ପେଲାକେମ୍ପ) ସ୍ଥିତ କଲ୍ୟାଣ ମଣ୍ଡପରେ ଆଜି କରାଟେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୟୁନାଇଟେଡ୍ ସଟାକାନ୍ ଏସୋସିଏସନ ସମ୍ବଲପୁର ପକ୍ଷରୁ ଆୟୋଜିତ ଏହି ପରୀକ୍ଷାରେ ୧୭ଜଣ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ। ସେନସାଇ ବିବେକାନନ୍ଦ ବେହେରା ପରୀକ୍ଷା ପରିଚାଳନା କରିଥିଲେ। ଏହି ପରୀକ୍ଷାରେ ଦେବାଶିଷ ଓରାମ ପ୍ରଥମ, ଶ୍ରଦ୍ଧାଞ୍ଜଳି ମହାପାତ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶୁଭମ୍ ସବ୍ୟସାଚୀ ବଳ ତୃତୀୟ ଏବଂ ଶ୍ଳୋକ ମାହାଣା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାମ୍ୟବାଦୀ ନେତା କ୍ଷିରୋଦ ସିଂ ଦେଓ ମୁଖ୍ୟ ଅତିଥି ରୂପେ ଯୋଗ କୃତୀ ପରୀକ୍ଷାର୍ଥୀ ମାନଙ୍କୁ ମେଡାଲ୍ ଦେଇ ପୁରସ୍କୃତ କରିଥିଲେ।
Popular Categories



