www.samajalive.in
Monday, December 8, 2025
27.1 C
Bhubaneswar

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଅନୁଗୋଳ: ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜ ଅନ୍ତର୍ଗତ ଗଡତରାସ ଗ୍ରାମର ପରମା ବେହେରା (୬୦) ଆଜି ନିଜର ବଗିଚାରୁ ଫେରୁଥିବା ବେଳେ ଜଙ୍ଗଲି ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାରୁ ପ୍ରକାଶଯେ ଗଡତରାସ ଗ୍ରାମକୁ ଲାଗି ଏକ ପୁରୁଣାଗଡ଼ ଅଞ୍ଚଳ ରହିଛି, ଯେଉଁଠାରେ କି ପରମା ବେହେରା ଏକ ବଗିଚା କରିଛନ୍ତି। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ପରମା ସେ ଅଞ୍ଚଳରେ ଥିବା ନିଜ ବଗିଚାକୁ କାମ କରିବାକୁ ଯାଇଥିଲେ। ବଗିଚାରୁ ଫେରିବା ସମୟରେ ଜଙ୍ଗଲି ହାତୀର ମୁହାଁ ମୁହିଁ ହୋଇଥିଲେ। ସେଠାରୁ ସେ ଖସି ପଳାଇ ଆସିଲା ବେଳକୁ ହାତୀ ତାଙ୍କୁ ପଛରୁ ଗୋଡାଇଥିଲା। ଜୀବନ ବିକଳରେ ସେ ଘରକୁ ଦୌଡ଼ି ପଳାଇଆସିବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡି ଯାଇଥିଲେ, ଫଳରେ ତଳେ ପଡି ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚିଜିବା ପରେ ହାତୀଟି ତାଙ୍କୁ ସେଠାରେ ଛାଡି ପଳାଇଥିଲା। ତାଙ୍କୁ ସେଠାରୁ ତାଙ୍କ ଗାଁ ଲୋକେ ଉଦ୍ଧାର କରିଥିଲେ। ତାଙ୍କର ହାତ ଆଉ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସେଠାରୁ ଗାଁ ଲୋକେ ମେଡିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories