www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀର ହୋଟେଲ; ଯେଉଁଠାରେ ଆଜି ରାତ୍ରିଯାପନ କରିବେ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦିନ ୧୧ଟା ୪୦ରେ ସେ ଗୁଜରାଟର ଅହମଦାବାଦରେ ଆସି ପହଞ୍ଚିଥିଲେ। ଆଜି ସେ ଦିଲ୍ଲୀର ହୋଟେଲ ଚାଣକ୍ୟପୁରୀର ଆଇଟିସି ମୋର୍ୟ ଗ୍ରାଣ୍ଡ ପ୍ରେସିଡ଼େନଶିୟଲ ସୁଇଟ୍‍ ରେ ରହିବେ। ସେ ରହିବା ପାଇଁ ଏହି ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରମ୍ପଙ୍କ ଝିଅ ଓ ଜ୍ୱାଇଁ  ମଧ୍ୟ ଏହି ହୋଟେଲରେ ରହିବେ। ଏହି ଆଇଟିସି ମୋର୍ୟ ରେ ସମସ୍ତ ପ୍ରକାରର ବିଳାସମୟ ସୁବିଧା ରହିଛି। ଏହାସହ (ଇନଦୋର୍‍ ଏୟାର କ୍ୟାଲିଟି)ଅର୍ଥାତ ହୋଟେଲ ଭିତରର ପରିବେଶ ଶୁଦ୍ଧ ବାୟୁ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛ।
ଟ୍ରମ୍ପ ହୋଟେଲର ବୁଖାରା ରେସ୍ତୋରାଁ ରେ ଖାଦ୍ୟ ଖାଇପାରନ୍ତି।
ହୋଟେଲର ଗ୍ରାଣ୍ଡ ପ୍ରେସିଡ଼େନଶିୟଲ ସୁଇଟ୍‍ ରେ ସ୍ୱତନ୍ତ୍ର କଳାକୃତି ବ୍ୟବହାର କରାଯାଇ ସାଜସଜ୍ଜା କରାଯାଇଛି।
ମିଠାଜାତୀୟ ଦ୍ରବ୍ୟରେ ଭ୍ୟାନିଲା ଆଇସକ୍ରିମ ଓ ଡ଼ାଏଟ କୋକ୍‍ ଟ୍ରମ୍ପଙ୍କୁ ଖୁବ ପସନ୍ଦ ଥିବାରୁ ତାଙ୍କୁ ଏହା ପରଷା ଯିବାର ଆୟୋଜନ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ହୋଟେଲରେ ପହଞ୍ଚିବା ପରେ ତାଙ୍କ ପାଇଁ ସ୍ୱତନ୍ତ୍ର ରୋଷେୟାଙ୍କ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଟ୍ରମ୍ପଙ୍କ ଇଚ୍ଛାନୁଯାୟୀ, ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଦେବେ।
ଆଇଟିସି ମୋର୍ୟ ଗ୍ରାଣ୍ଡ ପ୍ରେସିଡ଼େନଶିୟଲ ସୁଇଟ୍‍ର ୪୬୦୦ ବର୍ଗ ଫୁଟ। ଏଠାରେ ଗୋଟେ ରାତି ରହିବାର ଭଡ଼ା ପ୍ରାୟ ୮ଲକ୍ଷ। ଏହି ହୋଟେଲରେ ସେହି ସମସ୍ତ ପ୍ରକାର ବିଳାସମୟ ସୁଖସୁବିଧା ରହିଛି, ଯାହା ଦୁନିଆର ସମସ୍ତ ବିଳାସମୟ ହୋଟେଲରେ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories