www.samajalive.in
Saturday, December 6, 2025
23.1 C
Bhubaneswar

ଗୋଟିଏ ଦିନରେ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀ ବରଖାସ୍ତ, ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ସୋମବାର ଚାକିରୀରୁ ବରଖାସ୍ତ କରିବା ସହ ସେମାନଙ୍କ ପେସନ ସୁବିଧା ମଧ୍ୟ ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତ ଅଗଷ୍ଟ ମାସରୁ ଏପର୍ୟ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହିପରି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଞ୍ଚୁଆ ଅଧିକାରୀଙ୍କ ମଧ୍ୟରେ ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧୀର କୁମାର ବ୍ରଜେନ୍ଦ୍ର ନାରାୟଣ ରହିଛନ୍ତି। ତାଙ୍କର ପେନସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ଆଜି ସ୍ଥାୟୀ ଭାବରେ ପେନ୍‌ସନ ବନ୍ଦ ହୋଇଥିବା ଲାଞ୍ଚୁଆ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବ୍ ଡିଭିଜନ କାମାକ୍ଷାନଗରର ଶ୍ରୀ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଖଗେଶ୍ବର ସ୍ବାଇଁ ଏବଂ ସମ୍ବଲପୁରର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବିବେକାନନ୍ଦ ମହାନ୍ତି । ସେହିପରି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଦୁଇ ଜଣ ଅଧିକାରୀ ହେଲେ – କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଶ୍ରୀ ଇଶ୍ଵରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଶ୍ରୀ ଅରୁଣ କୁମାର ପୁରୋହିତ। ଏହି ଦୁଇ ରାଜସ୍ବ ବିଭାଗ ଅଧିକାରୀ ଏକାଧିକବାର ଭିଜିଲାନ୍ସ ଦ୍ବାରା ଧରା ପଡି ଜେଲ୍ ମଧ୍ୟ ଯାଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories