www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ : ଢେଙ୍କାନାଳରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବାଜି ଚୌକସ୍ଥିତ ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଓ ମେଡ଼ିକାଲ କଲେଜ ଦାବିରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। । ବନ୍ଦ ପାଳନରେ ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀଙ୍କ ସହ ବଣିକ ସଂଘ, ଓକିଲ ସଂଘ ଓ ସାମ୍ବାଦିକ ସଂଘ ସାମିଲ ହୋଇଥିବା ଜଣାପଡ଼ିଛି। ବନ୍ଦର ପ୍ରଭାବରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ଫଳରେ ରାସ୍ତାର ଉଭୟ ପଟରେ ଶହ ଶହ ଯାନ ଅଟକି ରହିଛି। ସ୍ଥାନୀୟଲୋକେ ଦୀର୍ଘ ଦିନ ଧରି ପୁରୁଣା ହସ୍ପିଟାଲ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିକୁ ରାଜ୍ୟ ସରକାର ଉପେକ୍ଷା କରୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଥିବା ନେଇ ସୂଚନା ମିଳିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories