www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ମୃତ୍ୟୁ ସଂଖ୍ୟା ୧୪୮୩କୁ ବଢ଼ିଲା

ବେଜିଂ: ଚୀନରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୪୮୩ରେ ପହଞ୍ଚିଛି। ଗତ ଗୁରୁବାର ଏହି ଭୂତାଣୁ ଯୋଗୁ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ସର୍ବାଧିକ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗି। ଗୁରୁବାର ସୁଦ୍ଧା ଏହି ଭୂତାଣୁ ଦ୍ବାରା ଦେଶରେ ୬୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ଚୀନ ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚୀନର ହୁୱେଇ ପ୍ରଦେଶର ରାଜଧାନୀ ଉହାନ ସହର କରୋନା ଯୋଗୁ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଏହି ସହରରେ ମୃତ୍ୟୁ ସଂଖ୍ୟା ୧୪୭୦ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଭୂତାଣୁ ବିଶ୍ଵର ୨୭ଟି ଦେଶକୁ ବ୍ୟାପି ସାରିଛି। କରୋନା ଦୁନିଆର ସବୁଠୁ ବଡ଼ ବିପଦ ସାଜିପାରେ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଚେତାବନୀ ଦେଇଛି। ଏହି ଭୂତାଣୁ କୌଣସି ଆତଙ୍କବାଦୀ ଆକ୍ରମଣଠାରୁ ବି ଅଧିକ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories