www.samajalive.in
Saturday, December 6, 2025
17.1 C
Bhubaneswar

ସରକାର ଆଣୁଛନ୍ତି ନୂଆ ଆଇନ; ୪୦ କୋଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରଘଟ ହେବ !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ଗୁଡ଼ିକ ପାଇଁ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଚଳିତମାସ ଶେଷ ସୁଦ୍ଧା ନୂଆ ଆଇନ ଲାଗୁ ହେବାର ସମ୍ଭାବନା ରହିଛି। ଆଇନରେ ଯେଉଁ ବ୍ୟବସ୍ଥା କରାଯାଉଛି, ତାହା ଦ୍ବାରା ଫେସବୁକ୍‌, ଟ୍ବିଟର, ୟୁଟ୍ୟୁବ ଏବଂ ଟିକ୍‌ଟକ୍‌କୁ ସରକାରୀ ସଂସ୍ଥାଗୁଡ଼ିକ ଦ୍ବାରା ବ୍ୟବହାରକାରୀଙ୍କ ତଥ୍ୟ ମଗାଗଲେ ତାହା ଦେବାକୁ ପଡ଼ିବ। ଫଳରେ ଏଥିରୁ ସ୍ପଷ୍ଟ ହେଉଛି ଯେ, ଦେଶର ପ୍ରାୟ ୪୦ କୋଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଗୋପନୀୟତା ପଦାରେ ପଡ଼ିବ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଥ୍ୟା ଖବର, ଚାଇଲ୍ଡ ପର୍ନ ଏବଂ ଆତଙ୍କବାଦ ସମ୍ପର୍କିତ ବିଷୟବସ୍ତୁ ଅଧିକ ପ୍ରସାରିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ଵବ୍ୟାପୀ ଏ ଦିଗରେ ପଦକ୍ଷେପ ନିଆଯାଉଛି। ସୋସିଆଲ ମିଡିଆ ଉପରେ ନୂଆ ଆଇନ କରାଯାଉଛି। କିନ୍ତୁ ଭାରତରେ କରାଯାଉଥିବା ଆଇନ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅତ୍ୟନ୍ତ ବିସ୍ତୃତ। ଏହି ଆଇନ ଅଧୀନରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସରକାରଙ୍କ ନିର୍ଦେଶ ମାନିବାକୁ ପଡ଼ିବ।

- Advertisement -

ବିଶ୍ଵବ୍ୟାପୀ ସୁରକ୍ଷା ସଂସ୍ଥାଗୁଡ଼ିକ ସୋସିଆଲ ମିଡିଆ ଆପ୍‌ ତିଆରି କରୁଥିବା ବୈଷୟିକ କମ୍ପାନୀଗୁଡ଼ିକର ବ୍ୟବହାରରେ ଅତିଷ୍ଠ ହୋଇଛନ୍ତି। କାରଣ ଏହି କମ୍ପାନୀଗୁଡ଼ିକ ସରକାରୀ ତଦନ୍ତରେ ସହାୟତା କରୁନାହାନ୍ତି। କମ୍ପାନୀଗୁଡ଼ିକ ବ୍ୟବହାରକାରୀଙ୍କ ପରିଚୟ ଦେବାକୁ ମନା କରିଦିଅନ୍ତି। ଏହାଦ୍ବାରା ଅନେକ ମାମଲାରେ ବିଶେଷ କିର ଆତଙ୍କବାଦ ସମ୍ପର୍କିତ ମାମଲାର ଯାଞ୍ଚ ପ୍ରଭାବିତ ହୋଇଥାଏ। ଭାରତରେ ମିଥ୍ୟା ଖବର ପ୍ରଚାରିତ ହେବା କୌଣସି ନୂଆ କଥା ନୁହେଁ। କିନ୍ତୁ ୨୦୧୭-୧୮ରେ ହ୍ବାଟ୍ସଆପ୍‌ରେ ପିଲା ଚୋରି  ସମ୍ପର୍କିତ ମିଥ୍ୟା ଖବର ବହୁମାତ୍ରାରେ ଭାଇରାଲ ହେବାରୁ ଭିଡ଼ ହିଂସା ସୃଷ୍ଟି ହୋଇଥିଲା। ଏଥିରେ ୩୬ରୁ ଅଧିକ ଲୋକଙ୍କ ଜୀବନ ହାନୀ ଘଟିଥିଲା। ସରକାର ହ୍ବାଟ୍ସଆପ୍‌କୁ ମିଥ୍ୟା ଖବର ପ୍ରସାରିତ କରିଥିବା ମୂଳ ବ୍ୟବହାରକାରୀଙ୍କ ବିଷୟରେ ତଥ୍ୟ ମାଗିଥିଲେ ହେଁ କମ୍ପାନୀ ପକ୍ଷରୁ ମନା କରିଦିଆଯାଇଥିଲା। ସରକାରଙ୍କ କଥା ମାନିଲେ ୪୦ କୋଟି ବ୍ୟବହାରକାରୀଙ୍କ ଗୋପନୀୟତା ବିପଦରେ ପଡ଼ିଯିବ ବୋଲି ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories