ବଲାଙ୍ଗୀର : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଲୁଟ ଘଟଣାର ପୁଲିସ ପର୍ଦ୍ଦାଫାଶ କରିବା ସହ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଲୁଟରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସେଠ, ରାଜୀବ ପାତ୍ର, ଆଶୁତୋଷ ମାନହୀରା, ରବି ସାହୁ, ଶିବ ଜାଲ, ସୁବାଷ ବାଗକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ୮୩ ହଜାର ୩ଶହ ନଗଦ ଟଙ୍କା, ଗୋଟିଏ ବଜାଜ ବାଇକ, ୯ଟି ମୋବାଇଲ ଫୋନ ଜବତ ହୋଇଛି। ଏନେଇ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି। ସୂଚନା ଯୋଗ୍ୟ, ଗତ ୨୨ ତାରିଖରେ ସିଂନଖମନ ଛକ ଠାରେ ବଲାଙ୍ଗୀରର ଲୋକନାଥ ମେହେର ଦେଓଗାଁ ଜରାସିଂହା ସମବାୟ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ତାଙ୍କ ଠାରୁ ଉକ୍ତ ଲୁଟ ହୋଇଥିଲା ।
Popular Categories



