www.samajalive.in
Sunday, December 7, 2025
23.1 C
Bhubaneswar

ମାଲକାନଗିରି ଓ ଚିତ୍ରକୋଣ୍ଡାରେ ସ୍ୱତନ୍ତ୍ର ନିର୍ବାଚନ ରଣକୌଶଳ ପ୍ରସ୍ତୁତି ଆରମ୍ଭ

ମାଲକାନଗିରି: ମାଓ ଅଧ୍ୟୁଷିତ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରଣକୌଶଳ ଆରମ୍ଭ ହୋଇଛି। ଦୁଇଟି ଯାକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥରେ ସ୍ୱତନ୍ତ୍ର ଭାବେ ପୁଲିସ ଓ ବିଏସଏଫ ଜବାନଙ୍କର କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଏହାସହ ନିର୍ବାଚନ କାର୍ଯ୍ୟରେ ହେଲିକଫ୍ଟର ନିୟୋଜିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ମାଓପ୍ରବଣ ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଭୋଟ ଗ୍ରହଣ କେନ୍ଦ୍ର ରହିଛି। ମାଓବାଦୀଙ୍କ ହିଂସାକାଣ୍ଡ ଘଟାଇବା ସମ୍ଭାବନା ଥିବାରୁ ଗ୍ରାମାଞ୍ଚଳରେ ଭୋଟ କେନ୍ଦ୍ର କରା ନଯାଇ ସୁରକ୍ଷା ଦୃଷ୍ଟିରୁ କିଛି ପରିବର୍ତ୍ତନ କରାଯାଇଛି। ବିଶେଷ କରି ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବଠାରେ କଡ଼ାପୁଲିସ ସୁରକ୍ଷା ମଧ୍ୟରେ ଗୋଟିଏ ସ୍ଥାନରେ ୧୦ଟି ବୁଥ ହେବ। ସେହି ବୁଥରେ ମାଓପ୍ରବଣ ଅଞ୍ଚଳର ଭୋଟରମାନେ ସୁରକ୍ଷିତ ଭାବେ ନିଜ ନିଜର ଭୋଟ ଦେବେ। ସେହିପରି ମାଥିଲି ବ୍ଲକସ୍ଥ ମହୁପଦରଠାରେ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ସ୍ଥାନରେ ୧୦ଟି ଭୋଟ କେନ୍ଦ୍ର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଏହି ଅଞ୍ଚଳଟି ଛତିଶଗଡ଼ ସୀମାନ୍ତକୁ ଲାଗିଥିବାରୁ ଛତିଶଗଡ଼ ଦରଭା, ବସ୍ତର ଡ଼ିଭିଜନର ମାଓବାଦୀମାନେ ଏହି ସବୁ ଅଞ୍ଚଳରେ ସକ୍ରିୟ ଥାଆନ୍ତି। ଗତ ନିର୍ବାଚନରେ ବୁଥ ଲୁଟ, ଟ୍ରକ ପୋଡ଼ି ଦେଇଥିବାରୁ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମହୁପଦର ଠାରେ ଗୋଟିଏ ସ୍ଥାନରେ ୧୦ଟି ବୁଥ କରାଯିବ। ସୂଚନା ଯୋଗ୍ୟ ଯେ, ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ନିର୍ବାଚନ ଅଧିକାରୀ ଚିତ୍ରକୋଣ୍ଡା ବ୍ଲକରେ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନ ବନ୍ଦ ରଖିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories