www.samajalive.in
Friday, December 5, 2025
20.1 C
Bhubaneswar

ଆର୍ଯ୍ୟ ସମାଜର ଯର୍ଜୁବେଦ ଯଜ୍ଞ ଓ ସମ୍ମିଳନୀ ଉଦଘାଟିତ

ସମ୍ବଲପୁର: ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତି ଜ୍ଞାନଜ୍ୟୋତି ପର୍ବ ସମାରୋହ ଉପଲକ୍ଷେ ସମ୍ବଲପୁର ଜିଲା ଶାଖା ପକ୍ଷରୁ ପଞ୍ଚକୁଣ୍ଡୀୟ ଯର୍ଜବେଦ ପାରାୟଣ ଯଜ୍ଞ ଓ ଆର୍ଯ୍ୟ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଶନିବାର ଠାରୁ ଦ୍ୱିଦିବସୀୟ ଏହି ଧାର୍ମିକ ଅନୁଷ୍ଠାନ ସ୍ଥାନୀୟ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ଲେନ ସ୍ଥିତ କାର୍ଯ୍ୟାଳୟ ଠାରେ ଆୟୋଜିତ ହେଉଛି। ବୈଦିକ ସନାତନ ଧର୍ମର ପ୍ରଚାର ପ୍ରସାର ସହିତ ଜାତିର କଲ୍ୟାଣ ପାଇଁ ମହର୍ଷି ପୁଣି ବେଦକୁ ଫେରିଯିବାର ଆହ୍ୱାନ ଦେଇଥିଲେ। ଏହି ଉଦ୍ଦେଶ୍ୟ ନେଇ ଆଜି ସକାଳ ସମୟରେ ଆମସେନା ଗୁରୁକୂଳ ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ ଓଁ ଧ୍ୱଜାରୋହଣ କରି ଜିଲା ସମ୍ମିଳନୀ ଓ ଯଜ୍ଞର ଉଦଘାଟନ କରିଥିଲେ। ପଦ୍ମପୁର ନବ ପ୍ରଭାତ ଆଶ୍ରମର ଆଚାର୍ଯ୍ୟ କୃଷ୍ଣଦେବ ଶାସ୍ତ୍ରୀ ଓ ପଣ୍ଡିତ ଦୀନମଣି ବାରିକ ବ୍ରହ୍ମାସ୍ଥାନରେ ବରଣ ହୋଇ ଯର୍ଜୁବେଦ ଯଜ୍ଞ ସଞ୍ଚାଳନ କରିଥିଲେ। ଜିଲା ଆର୍ଯ୍ୟ ସମାଜର ଉପ ସଭାପତି ସୁରେନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଙ୍କ ସମେତ ୧୫ ଜଣ ଦମ୍ପତ୍ତି ଯଜ୍ଞରେ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ସନ୍ଧ୍ୟା ସମୟରେ ଭଜନ, ବେଦ ପ୍ରବଚନ ଓ ସାଙ୍ଗଠନିକ ଆଲୋଚନା ହୋଇଥିଲା। ସମ୍ମିଳନୀରେ ସ୍ୱାମୀ ବିଶୁଦ୍ଧାନନ୍ଦ, ପଣ୍ଡିତ ଧନୁର୍ଦ୍ଧର ମହାପାତ୍ର, ସ୍ୱାମୀ ନରଦାନନ୍ଦ, ଜଗବନ୍ଧୁ ଶାସ୍ତ୍ରୀ, ଗଡ଼ନାଥ ନୈଷ୍ଠିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲା ସଭାପତି ମନୋରଞ୍ଜନ ବାବୁ, ରାମ ନାରାୟଣ ବହିଦାର, ଦଶରଥ ମେହେର, ଡଗର ମେହେର ପ୍ରମୁଖ ପରିଚାଳନା କରୁଛନ୍ତି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories