www.samajalive.in
Tuesday, December 9, 2025
16.1 C
Bhubaneswar

ଗାଡ ଭାଲୁ କାମୁଡ଼ାରେ ଜଣେ ଆହତ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଜେନାପଦା ଶାଳବଣି ଜଙ୍ଗଲରେ ଗାଡଭାଲୁ କାମୁଡାରେ ଜଣେ ବ୍ୟକ୍ତି ଆହତ ହେବା ପରେ ବନବିଭାଗ ପକ୍ଷରୁ ଭାଲୁକୁ ଧରି ଅନ୍ୟ ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଶୁକ୍ରବାର ସକାଳେ ନିଜ ଚାଷଜମିକୁ ଯାଉଥିବା ବେଳେ ଜେନାପଦାର ଭାସ୍କର ଚନ୍ଦ୍ର ରାଉତଙ୍କୁ ଜଙ୍ଗଲ ନିକଟସ୍ଥ ପୋଖରୀ ହୁଡାରେ ଗଡଭାଲୁଟି ହଠାତ ଆକ୍ରମଣ କରି କାମୁଡି ଦେବାରୁ ତାଙ୍କ ହାତର ବୁଢା ଆଙ୍ଗୁଠି କ୍ଷତାକ୍ତ ହୋଇଥିଲା। ତାଙ୍କ ଚିତ୍କାର ଶୁଣି ଭାଲୁଟି ପଳାଇଥିଲା। ଭାସ୍କରଙ୍କ ବାମ ହାତ ଆଙ୍ଗୁଠିଟି ଅଧାରୁ ଅଧିକ ଛିଣ୍ଡି ଯାଇଥିବାରୁ ଆଠଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଥିବା ଜଣାପଡିଛି।

ଏ ସମ୍ପର୍କରେ ସୂଚନା ଓ ଅଭିଯୋଗ ପରେ ଆଠଗଡ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ବନବିଭାଗ ସ୍କ୍ୱାର୍ଡ ବହୁ ଉଦ୍ୟମ ପରେ ସନ୍ଧ୍ୟାରେ ଉକ୍ତ ଗାଡଭାଲୁକୁ ଜାଲ ସାହାଯ୍ୟରେ କାବୁ କରି ଧରିଥିଲେ। ଡିଏଫଓଙ୍କ ପରାମର୍ଶକ୍ରମେ ପ୍ରାୟ ୪ ବର୍ଷ ବୟସ୍କ ଉକ୍ତ ଗାଡଭାଲୁକୁ ବଡମ୍ବା ବନାଞ୍ଚଳ ଅଧିନ ନାଗାତୋଟା ୱାଚ୍ ଟାୱାର ନିକଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିବା ରେଞ୍ଜର ଶ୍ରୀ ନାୟକଙ୍କ ସୂତ୍ରରୁ ପ୍ରକାଶ। ବନବିଭାଗ ସରକାରୀ ନିୟମ ଅନୁସାରେ ଆହତ ଭାସ୍କରଙ୍କୁ କ୍ଷତିପୂରଣ ଦେବ ବୋଲି ରେଞ୍ଜର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories