କୁଡୁମୁଲୁଗୁମ୍ମା: କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଗାଦିପୁଟ ଗ୍ରାମର ସୁରେଶ ଚନ୍ଦ୍ର ଦୋରା (୨୬) ବର୍ଷ ନାମକ ଜଣେ ବ୍ୟକ୍ତି, ଯିଏକି ଟାଟା ପାୱାର କମ୍ପାନୀରେ କାର୍ଯ୍ୟରତ ଥିଲେ, ନିଜର ମୋଟର ସାଇକେଲରେ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ଫାୟାର ଷ୍ଟେସନ ନିକଟରେ ଅପର ପାର୍ଶ୍ଵରୁ ଆସୁଥିବା ଦଣ୍ଡସେନାଗୁଡା ଗ୍ରାମର ଗୋବର୍ଦ୍ଧନ ପୂଜାରୀ (୫୬)ଙ୍କୁ ଜୋରଦାର୍ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଉଭୟଙ୍କୁ ଆଶୁ ଚିକିତ୍ସା ନିମନ୍ତେ ନିକଟସ୍ଥ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବିଷୟରେ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ।
Popular Categories



