ହରଭଙ୍ଗା: ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ପଂଚାୟତର ଭଗାମୁଣ୍ଡାଠାରେ ଥିବା ପାଈପ୍ ଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ୪ଟି ବସ୍ତିର ୧୭୦ ପରିବାର ପିଈବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି। କୁଶଙ୍ଗ ପଂଚାୟତର ଭଗାମୁଣ୍ଡା ଗ୍ରାମର ଦଳୁଆ ସାହି, ତଇଳା ସାହି, କୋଡା ସାହିରେ ୧୭୦ ପରିବାରରେ ପାଖାପାଖି ୭ ଶହରୁ ଅଧିକ ଲୋକ ବସବାସ କରନ୍ତି। ବହୁଦିନର ଦାବୀପରେ ଏହି ଗ୍ରାମର ପାଣି ସମସ୍ୟା ଦୂର କରିବା ପାଇଁ ଗତ ୨୦୧୦-୧୧ ମସିହାରେ ଏଠାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ପାଣି ପାଇଁ ବୋରେଓଲ କୂଅ ଠାରୁ ଆରମ୍ଭ କରି ପାଇପ୍ ବିଛା କାର୍ଯ୍ୟ ସହିତ ଷ୍ଟାଣ୍ଡ ପୋଷ୍ଟ ଜରୀଆରେ ଲୋକଙ୍କୁ ପିଈବା ପାଣି ଯୋଗାଇବାର ସୁ-ବନ୍ଦୋବସ୍ତ କରାଯାଇଥିଲା। ଗତ ଦେଢ ମାସ ହେଲା ପାଣିପମ୍ପ ଅଚଳ ଯୋଗୁଁ ପ୍ରକଳ୍ପରୁ ଲୋକଙ୍କୁ ପାଣି ଟୋପାଏ ମିଳୁନାହିଁ। ଫଳରେ ଦଳୁଆସାହି, ଭଗାମୁଣ୍ଡା, କୋଡାସାହି, ତଇଳା ସାହିରେ ବସବାସ କରୁଥିବା ପରିବାର ଲୋକେ ପିଇବା ପାଣିରୁ ବଂଚିତ ହୋଇ ରହିଥିବା ବସ୍ତିବାସିନ୍ଦା ଭିକାରୀ ଚରଣ ବାଈ, ଟୁକୁନା ପ୍ରଧାନ, ସାନନ୍ଦ ଭୋଇ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
Popular Categories



