www.samajalive.in
Friday, December 12, 2025
14.1 C
Bhubaneswar

ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ସେଣ୍ଟ୍‌‌ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ସ୍କାଉଟ ଗାଇଡ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସ୍କାଉଟ ଗାଇଡ କମିଶନର ଗେନ୍ଦ୍ରା କୁଜୁର ଯୋଗ ଦେଇଥିବା ବେଳେ ଅତିଥିଭାବେ ସ୍କୁଲ ଅଧ୍ୟକ୍ଷ ଯୁଗଳ କିଶୋର ସାମଲ ଓ ସ୍କୁଲ ଅଧ୍ୟକ୍ଷା ସସ୍ମିତା ସେନାପତି ଯୋଗ ଦେଇଥିଲେ। ଅତିଥିମାନଙ୍କୁ କ୍ୟାଡେଟ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ସ୍କାଉଟ ଗାଇଡ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ଗାନ କରାଯିବା ସହ ବିଦ୍ୟାଳୟର ଗାଇଡମାନେ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଜାଭିୟର୍ସ ସ୍କୁଲର ଛାତ୍ରୀ ପ୍ରଥାପ୍ରଣିତା ବଗର୍ତ୍ତୀ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ସ୍ୱୟଂ ସୂର୍ଯ୍ୟମ ଶାସିନୀ ଦ୍ୱିତୀୟ ଓ ମାଉଲସିଙ୍ଗା ଜେବି ହାଇସ୍କୁଲର ଛାତ୍ର ମିଲନ ମେହେର ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ସ୍କାଉଟ ଗାଇଡ ଜିଲ୍ଲା ସଂପାଦକ ଆନନ୍ଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ସ୍କାଉଟ ଗାଇଡ ଟ୍ରେନିଂ କମିଶନର ସୁଧୀର କୁମାର ଭୋଇ, ସ୍କାଉଟ ମାଷ୍ଟର ତପନ କୁମାର ନାୟକ, ଦେବାଶିଷ ସାହୁ, ଗାଇଡ କ୍ୟାପଟେନ ଚନ୍ଦ୍ରମା ଯୋଶୀ, ଗାୟତ୍ରୀ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ଶ୍ରୀମତୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories