www.samajalive.in
Friday, December 12, 2025
14.1 C
Bhubaneswar

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ – କନ୍ଧମାଳ ଚମ୍ପିଆନ୍‌‌

ଫୁଲବାଣୀ: ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୩ ଗତ ଦୁଇଦିନ ଧରି ଭୁବନେଶ୍ୱର ସ୍ଥିତ କଳିଙ୍ଗଷ୍ଟାଡ଼ିୟମ୍‌‌ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ୩୦ଟି ଜିଲାର ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନେ ଯୋଗ ଦେଇଥିଲେ। ଜିଲା ସ୍ତରରେ ଯେଉଁ ସବୁ ଅନ୍ତେବାସୀ ମାନେ କୃତିତ୍ୱ ଲାଭ କରିଥିଲେ ସେମାନେ ରାଜ୍ୟସ୍ତରୀୟ ବିିଭିନ୍ନ ପ୍ରତିଯୋଗିତାର ଭାଗ ନେଇଥିବା ବେଳେ କନ୍ଧମାଳ ଜିଲାର ପ୍ରତିଯୋଗୀ ମାନେ ୫ଟି ବିଭାଗରେ ଭାଗନେଇ ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଛନ୍ତି। ଦଳଗତ ନୃତ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲା ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଏକକ ସଂଗୀତରେ କନିଷ୍ଠ ବିଭାଗରେ ପ୍ରଥମ ଏବଂ ଚିତ୍ରାଙ୍କନର କନିଷ୍ଠ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି କନ୍ଧମାଳ ଚମ୍ପିୟାନ୍‌‌ ହୋଇ ଅତିଥିମାନଙ୍କ ଠାରୁ ପୁରସ୍କୃତ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories