ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବ୍ଲକ୍ ସ୍ତରୀୟ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ବ୍ଲକ୍ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜର ଅଧ୍ୟକ୍ଷ ନବଘନ ସାହୁ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସବିତା ପାଣିଗ୍ରାହି, ଶିବାଜୀ କହଁର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଓ କଲେଜର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଏକ ପଦଯାତ୍ରା ନୋଡାଲ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରୁ ବାହାରି ସହର ପରିଭ୍ରମଣ କରିଥିଲା। ପଦ ଯାତ୍ରା ପରେ ପରେ ଏକ ବୈଠକ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଗ୍ରାମରୁ ସଂଗ୍ରହ ହୋଇଥିବା ମାଟିକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିଲେ।
Popular Categories



