ସମ୍ବଲପୁର: ଓଡ଼ିଶା ପୁଲିସ ପକ୍ଷରୁ ସାରା ରାଜ୍ୟରେ ସାଇବର ସଚେତନତା ଅଭିଯାନ ୨୦୨୩ ଚାଲିଥିବା କ୍ରମରେ ଏବେ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ଏହା ଆୟୋଜିତ ହେଉଛି। ଏହି କ୍ରମରେ ସହରର ଟାଉନ ଥାନା ଅଞ୍ଚଳରେ ସମ୍ବଲପୁର ପୁଲିସ ପକ୍ଷରୁ ସାଇବର ସଚେତନତା ପାଇଁ ଅଭିନବ ଉପାୟ କରାଯାଇଛି। ଶନିବାର ସନ୍ଧ୍ୟା ସମୟରେ କ୍ରାଇମ ଡିଏସପି ପ୍ରଦୀପ ଦାଶଙ୍କ ସଂଯୋଜନାରେ ସ୍ଥାନୀୟ କଚେରୀ ଛକରୁ ଲକ୍ଷ୍ମୀ ଟକିଜ ଛକ ପର୍ଯ୍ୟନ୍ତ ସାନ୍ଧ୍ୟ ଭ୍ରମଣ ୱାକ କାର୍ଯ୍ୟକ୍ରମ ଜରିଆରେ ସାଇବର ସଚେତନତା ସୃଷ୍ଟି କରାଯାଇଛି। ଅତିରିକ୍ତ ଏସପି ଆଲବିନଓ କେରକେଟା ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟାଉନ ଥାନାଧିକାରୀ ବୁଲୁ ସ୍ୱାଇଁ, ଅଇଁଠାପାଲି ଥାନାଧିକାରୀ ସନୟ କୁମାର ନାୟକ ଓ ସଦର ଥାନାଧିକାରୀ ସୁବ୍ରତ କୁମାର ପାଣିଗ୍ରାହୀ ସମେତ ଅନେକ ପୁଲିସ କର୍ମଚାରୀ ଓ ଜନତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା ଓ ସତର୍କତା ଉପରେ ସମସ୍ତଙ୍କୁ ସଚେତନ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରବିବାର ସମ୍ପନ୍ନ ହେବ।
Popular Categories



