ଫୁଲବାଣୀ: ରାଜ୍ୟରେ ସାଇବର ଅପରାଧ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଗତ ୨ ତାରିଖରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସଚେତନତା ଅଭିଯାନ ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବା ସହ ସଭା ସମିତି, କ୍ବିଜ, ଜନସମ୍ପର୍କ, ମାରାଥନ, ସାଇକେଲ ରାଲି ଭଳି କାର୍ୟ୍ୟକ୍ରମ ମାନ ଆୟୋଜିତ ହେଉଛି। ଏ ଉପଲକ୍ଷେ ଆଜି ଫୁଲବାଣୀ ଠାରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସାନ୍ଧ୍ୟକାଳୀନ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ସହରର ଶତାଧିକ ବରିଷ୍ଠ ନାଗରିକଙ୍କ ସମେତ ପୁଲିସ ବିଭାଗ କର୍ମକର୍ତ୍ତା ଏହି ସାନ୍ଧ୍ୟକାଳୀନ ପଦଯାତ୍ରାରେ ଅଂଶଗ୍ରହଣ କରି ସାଇବର ଅପରାଧ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି କରିଥିଲେ। ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରୁ ବାହାରି ମେଡିକାଲ ଛକ ପର୍ୟ୍ୟନ୍ତ ଯାଇଥିଲା ପଦଯାତ୍ରା। ଗାନ୍ଧୀ ସ୍ମୃତି ଭବନଠାରେ ଏ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। କାର୍ୟ୍ୟକ୍ରମର ନୋଡାଲ ଅଧିକାରୀ ତଥା ଅତିରିକ୍ତ ଏସପି ଲଳିତ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି କାର୍ୟ୍ୟକ୍ରମରେ ଡିଏସପି ହରେକୃଷ୍ଣ ନାୟକ, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ବରିଷ୍ଠ ନାଗରିକ ସଙ୍ଘର ସର୍ବେଶ୍ବର ମିଶ୍ର, ପଦ୍ମ ଚରଣ ସ୍ୱାଇଁ , ଡ଼ିଆଇବି ଡ଼ି.ଏସ୍.ପି ପ୍ରଭାତ କୁମାର ସେଠୀ ଏମକେଏସପି ସଭାପତି ବିଜୟକୃଷ୍ନ ପଟ୍ଟନାୟକ, ଆର ଆଇ ବୀରସିଂ ଶବର,ସାଇବର ଥାନା ଅଧିକାରୀ ତରୁଣ ତପନ ବେହେରା, ଟାଉନ ଥାନା ଅଧିକାରୀ କନକ କୁମାର ମାଝୀଙ୍କ ସମେତ ବହୁ ବରିଷ୍ଠ ନାଗରିକ, ପୁଲିସ କର୍ମଚାରୀ ଓ ସାଧାରଣ ଜନତା ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିବା ବେଳେ ଏହି ଅବସରରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ବିଶେଷଜ୍ଞ ସ୍ୟୋମ ରଂଜନ ସାହୁ, ସନ୍ତୋଷ ଅଧିକାରୀ ବିିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶେଷରେ କଳାକାର ମାନଙ୍କ ଦ୍ୱାରା ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



