ସମିତି ସଭ୍ୟ ସଂଘର ସଭାପତି ହେଲେ ମନୋଜ

ନର୍ଲା: କଳାହାଣ୍ଡି ଜିଲ୍ଲା ସମିତି ସଭ୍ୟ/ସଭ୍ୟାର ଏକ ଜରୁରୀ ବୈଠକ ସ୍ଥାନୀୟ ସର୍କିଟ ହାଉସରେ ଆଜି ଅନୁଷ୍ଠିତ ହୋଇଅଛି। ଏହି ବୈଠକରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ମାନେ ଯୋଗଦାନ କରିଥିଲେ। ସର୍ବ ସମ୍ମତିକ୍ରମେ ବିଶିଷ୍ଟ ସମାଜସେବୀ ତଥା ସମିତସଭ୍ୟ ମନୋଜ କୁମାର ପଟ୍ଟନାୟକଙ୍କୁ ଅସ୍ଥାୟୀ ସଭାପତି ଭାବେ ମନୋନୀତ କରାଯାଇଥିବା ବୈଠକରୁ ଜଣାପଡିଛି। ଆଗକୁ ସଂଘର ନିର୍ବାଚନ ହେବ। ସେତେଦିନ ଯାଏଁ ସଭାପତିତ୍ବ ଦାୟିତ୍ୱ ଶ୍ରୀ ପଟ୍ଟନାୟକଙ୍କ ଦିଆଯାଇଛି। ଏହା ଜଣାପଡିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

kalyan agarbati

Comments are closed.