www.samajalive.in
Saturday, December 6, 2025
15.1 C
Bhubaneswar

ମୋହନ ସୁବୁଦ୍ଧି ମହାବିଦ୍ୟାଳୟରେ ନବାଗତ ଓଡ଼ିଆ ସମ୍ମାନଧାରୀଙ୍କୁ ସ୍ୱାଗତ

ଡେସ୍କ: ବଡମ୍ବା ସ୍ଥିତ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ପକ୍ଷରୁ ନବାଗତ +୩ ପ୍ରଥମ ବର୍ଷ ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଣିତ ବିଭାଗର ମୁଖ୍ୟ ଡଃ ତନୟା ପଟେଲ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ମାନଗୋବିନ୍ଦ ପାତ୍ର ମାତୃଭାଷାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଭାଗର ବରିଷ୍ଠ ଅଧ୍ୟାପିକା ଡକ୍ଟର ସୁବସିନି ସାହୁ,ଏବଂ ଅଧ୍ୟାପକ ଲକ୍ଷ୍ମୀଧର ପଣ୍ଡା ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଭାଷାର ତଥା ନିଜ ଚରିତ୍ରର ଉନ୍ନତି ପାଇଁ ପ୍ରଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ।

ଏଥିରେ ଇତିହାସ ବିଭାଗ ଅଧ୍ୟାପକ ସୌମ୍ୟ ରଞ୍ଜନ ପରିଡା ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ମହାପାତ୍ର, ସୁମିତ୍ରା ସାହୁ ଓ ଗୀତାଞ୍ଜଳି ନାୟକ ବକ୍ତବ୍ୟ ରଖିଥିଲେ। ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଧ୍ୟାପକ ଡଃ ଅରବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories