www.samajalive.in
Friday, December 5, 2025
26.1 C
Bhubaneswar

ଗୁରୁବାର ରାଶିଫଳ (୧୨.୧୦.୨୦୨୩)

ମେଷ: କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି। ଚିତ୍ତ ସନ୍ତୁଷ୍ଟ ରହିବ। ବହୁ ସୁଖର ଅଧିକାରୀ ହେବେ। କନ୍ୟା ସନ୍ତାନଙ୍କ ପାଇଁ ଗର୍ବିତ ହେବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।
ବୃଷ: ବହୁ ବିଶିଷ୍ଟ ଗୁଣୀ, ଜ୍ଞାନୀଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ବହୁ ସୁଖର ଅଧିକାରୀ ହେବେ। କୁଳ ପ୍ରଧାନ ହେବା ଆଶା କରାଯାଏ। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ।
ମିଥୁନ: ବିମୁକ୍ତଶୀଳ ହୋଇପାରନ୍ତି। ବିନା ଦ୍ବିଧାରେ ସମସ୍ତ ପ୍ରକାରର ଦୁଃଖକୁ ସହନଶୀଳ ମନୋଭାବ ନେଇ ଗ୍ରହଣ କରିପାରନ୍ତି। ସୁଦିନ ବୃତ୍ତିକୁ ଗ୍ରହଣ କରିବେ। ଉତ୍ତମ ବନ୍ଧୁଙ୍କ ସହଯୋଗ ପାଇପାରନ୍ତି।
କର୍କଟ: ସଚ୍ଚା ଧନର ଅଧିକାରୀ ହୋଇପାରନ୍ତି। ସ୍ଥାନାଧିପତି ହୋଇପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତା ହେବେ। ବହୁ ବ୍ୟକ୍ତିଙ୍କ ସହିତ ମିତ୍ରତା ଅର୍ଜନ କରିପାରନ୍ତି। ପୁତ୍ର ପ୍ରାପ୍ତିର ଲାଳସା ରହିଛି। ସୁଖୀ ରହିବେ।
ସିଂହ: ବିଷୟାନୁରକ୍ତ ହୋଇପାରନ୍ତି। ମୁଖର ଶୋଭା ଚାରୁଚନ୍ଦ୍ରମା ପରି ହେବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ ଧାରଣାରେ ନିଜକୁ ହଜାଇ ଦେଇପାରନ୍ତି। ଦକ୍ଷ ପ୍ରଜାପାଳକ ହେବା ଆଶା କରାଯାଏ।
କନ୍ୟା: ଇନ୍ଦ୍ରିୟମାନଙ୍କର କ୍ଷମତାକୁ ପ୍ରତିହତ କରିବାରେ ଅକ୍ଷମ ହୋଇପାରନ୍ତି। ବ୍ୟୟ ଧର୍ମ ବିରୋଧୀ ହୋଇପାରେ। କେବଳ ସାହସ ସଞ୍ଚୟ କରି ଓ ନମନୀୟ ମନୋଭାବ ନେଇ ପରିବାରର ସ୍ନେହଭାଜନ ହେବେ।
ତୁଳା: ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ସମ୍ମାନନୀୟ ହେବେ। ସଦାସର୍ବଦା ସତ୍‌ମାର୍ଗରେ ଗତି କରିବେ। ଉତ୍ତମ ବକ୍ତା ହୋଇପାରନ୍ତି। ଚକ୍ଷୁଯୁଗଳ ମୃଗାକ୍ଷ ପରି ହେବ। ପ୍ରମଦାପ୍ରିୟ ହୋଇପାରନ୍ତି।
ବିଛା: ନିଧିପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧି-ବିବେକ ସମ୍ପନ୍ନ ହୋଇପାରନ୍ତି। ରାଜରାଜୁଡ଼ା ସୁଖର ଅଧିକାରୀ ହୋଇପାରନ୍ତି। ରାଜପୂଜାର ଯୋଗ୍ୟ ବିବେଚିତ ହେବେ। ମହିମାମୟ ହେବାର ସୂଚନା ମିଳୁଛି।
ଧନୁ: ମହାନ୍‌ ଅଭୀଷ୍ଟ ସିଦ୍ଧିର ସୂଚନା ମିଳୁଛି। ସ୍ତ୍ରୀ, ପୁତ୍ର ସମେତ ସପରିବାର ସୁଖରେ ରହିବେ। ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ସୁଖ ସମୃଦ୍ଧିର ନୂତନ ଅଧ୍ୟାୟ ଆରମ୍ଭ ହେବ। ସୁସ୍ଥ ଓ ନିରାମୟ ରହିବେ।
ମକର: ପୂର୍ବରୁ ବହୁ ପୁଣ୍ୟ କାର୍ଯ୍ୟରେ ସମ୍ପୃକ୍ତି ଥିଲେ ବି ବର୍ତ୍ତମାନର ସ୍ଥିତି ଭୟର କାରକ ହୋଇପାରେ। ଅନ୍ୟକୁ ଅପବାଦରେ ଜଡ଼ିତ କରିବାକୁ ଚାହଁିଲେ ବିଫଳ ମନୋରଥ ହୋଇପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ: ନିଜେ ଓ ନିଜର ଆତ୍ମୀୟମାନଙ୍କ ସହିତ ସମସ୍ତେ ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେଉଛି। ବହୁ ସୁଖର ଅଧିକାରୀ ହେବେ। ନାନା ଉନ୍ନୟମୂଳକ କାର୍ଯ୍ୟ ସହିତ ସମ୍ପୃକ୍ତି ରହିବ। ମହାନ୍‌ ବ୍ୟକ୍ତି ହୋଇପାରନ୍ତି।
ମୀନ: ଅସୁସ୍ଥତା ଅନୁଭବ କରିପାରନ୍ତି। ଅସଦ୍‌ ବ୍ୟୟ ହେବାର ସୂଚନା ମିଳୁଛି। ପାପ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ। ଭ୍ରାତୃ ବିରୋଧ ନ ହୋଇ ସ୍ନେହୀ ହୋଇପାରନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories